ମୀନାରାଣୀ ଶିଳ୍ପ ତାଲିମ କେନ୍ଦ୍ରର ବାର୍ଷିକୋତ୍ସବ

 ସୋର:  ସୋର ପୌରପାଳିକା ଅନ୍ତଗର୍ତ କମରପୁରସ୍ଥ ମୀନାରାଣୀ ଶିଳ୍ପ ତାଲିମ କେନ୍ଦ୍ର ଓ ଏଲସିସି କମ୍ପୁ୍ୟଟର ସେଣ୍ଟରର ଅଷ୍ଟାବିଂଶତିତମ ବାର୍ଷିକ ଉତ୍ସବ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟକ ଭାବେ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ସୋର ବିଧାୟକ ମାଧବ ଧଡା, ମୁଖ୍ୟ ବକ୍ତା ଭାବେ ଔପଦା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, ସମ୍ମାନିତ  ଅତିଥି  ଭାବେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ, ଅନୁଷ୍ଠାନର ସହ ନିଦେ୍ର୍ଦଶକ ମୃତ୍ୟଞ୍ଜୟ ଦାସ, ସଂପାଦକ ବିଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନର କୃତି ପ୍ରତିଯୋଗୀ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଏବଂ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ଉପାଧକ୍ଷ ଭଗବାନ ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଅଧ୍ୟକ୍ଷ ନନ୍ଦଦୁଲାଲ ସରକାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଭୟ ଅନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।