କୃଷି ବିଭାଗ ନୋଡାଲ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ
ବନ୍ତ : କୃଷି ବିଭାଗର ଜିଲ୍ଲା ନୋଡାଲ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ବନ୍ତର ବିଭିନ୍ନ କୃଷି କ୍ଷେତ୍ର ପରିଦର୍ଶନ କରି ଫେରିଯାଇଛନ୍ତି । ତୁମ୍ବାପଦୀ ଗ୍ରାମରେ କରାଯାଇଥିବା ଖରିଫ୍ ମାଣ୍ଡିଆ କ୍ଷେତ, ସମନ୍ୱିତ କୃଷି କ୍ଷେତ୍ର ପରିଦର୍ଶନ କରି ଜଳବାୟୁ ପରିବର୍ତନ ଓ ବଜାରୀକରଣରେ ମାଣ୍ଡିଆ କିଭଳି ଏକ ଲାଭଦାୟକ ଫସଲ ଭାବେ ପରିଚୟ ହାସଲ କରିଛି ସେ ନେଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । ପରେ କାଦବରାଙ୍ଗ ସେବା ସମବାୟ ସମିତିରେ ଖରିପ୍ ଚାଷ ପାଇଁ ଉଠାଯାଇଥିବା ସାର ସରକାରୀ ମୂଲ୍ୟରେ କୃଷକମାନଙ୍କୁ କିପରି ଦିଆ ହେଉଛି ଯାଞ୍ଚ କରିଥିଲେ । ଶେଷରେ ଧବଳେଶ୍ୱର ମହିଳା ସଂଘର ସଭ୍ୟାମାନେ ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିବା ସହ ମହିଳା ମହାସଂଘ ପକ୍ଷରୁ ପ୍ରତିଷ୍ଠିତ ଶ୍ରୀ ଅନ୍ନ ଯୋଜନାର ମିଲେଟ୍ ଶକ୍ତି ଟିପିନ୍ ସେଣ୍ଟର୍ ପରିଦର୍ଶନ କରିଛନ୍ତି । ଜିଲ୍ଲା କୃଷି ଅଧିକାରୀ ଦ୍ୱିଜବର ସେଠୀ, ଆତ୍ମାର ଓପିଡି ବିଶ୍ୱରଞ୍ଜନ ରାଉତ, ବ୍ଲକ୍ କୃଷି ଅଧିକାରୀ ତୁଷାରକାରି ପତି, ସହକାରୀ ଉଦ୍ୟାମ କୃଷି ନିଦେ୍ର୍ଦଶକ ହୃଦୟ ରଞନ ଜେନା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ପାୟଲ ଚୌଧୁରୀ, ସହକାରୀ ବ୍ଲକ୍ କୃଷି ଅଧିକାରୀ ସୁପ୍ରିୟ ମୁଦୁଲି, ଡିପିସି ଅନନ୍ୟା ବଳିୟାରସିଂ, ଶ୍ରୀ ଅନ୍ନ ଯୋଜନା ବ୍ଲକ୍ ସଂଯୋଜକ ପର୍ଶୁରାମ ସାହୁ, ସହ ସଂଯୋଜକ ସାରଦା ପ୍ରସନ୍ନ ସାହୁ,ଏମ ବି କେ କମଳା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସିଆରପି ବନମାଳୀ ବାରିକ, ସୁଶାନ୍ତ ଜେନା, ସତ୍ୟବ୍ରତ ସିଂ, ପ୍ରମୋଦ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ରାଉତ, ଆସ୍ଥା ଜଗନ୍ନାଥ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ବାସନ୍ତୀ ପାଲ, ସିଇଓ ଅପୂର୍ବ ରଞ୍ଜନ ରାଉତ ଓ ଆକାଉଣ୍ଟାଣ୍ଟ ଶଶଧର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।