ସେବାଶ୍ରମରେ ରୋଷେୟା ଅଭାବ

 ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ମଦନପୁର ପଞ୍ଚାୟତ ବାମ୍ଫିଡି ଗୋଡ଼ିସାହିରେ ଥିବା ଓଁକାର ସେବାଶ୍ରମରେ ରୋଷିଆ ନଥିବାରୁ ପିଲା ମାନଙ୍କ ଖାଇବାରେ ସମସ୍ୟା ଉପୁଜିଛି । ଅଭିଯୋଗ ମତେ ଦୀର୍ଘଦିନ ଧରି ସେବଶ୍ରମରେ ରୋଷିଆ ନଥିବାରୁ ରୋଷେଇରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି ।ଏହାର ପ୍ରଭାବ ସେବାଶ୍ରମ ପିଲାମାନଙ୍କ ଖାଇବା ଉପରେ ସିଧା ସିଧା ପଡିଛି.ଘଟଣାକୁ ଓଁକାର ସେବାଶ୍ରମ ମ୍ୟାନେଜିଙ୍ଗ ଟ୍ରଷ୍ଟି ଗୋବର୍ଦ୍ଧନ ବେହେରା ସ୍ୱୀକାର କରିଛନ୍ତି । ରୋଷେୟା ମାନଙ୍କ ଦରମା ନମିଳିବାରୁ ସେମାନେ ସେବାଶ୍ରମକୁ ଆଉ ଆସୁନାହାନ୍ତି । ଆଜି ରୋଷେଇ ହୋଇନଥିବାରୁ ପିଲାମାନଙ୍କୁ ଶୁଖିଲା ବିଷ୍କୁଟ ଖାଇବାକୁ ଦିଆଯାଇଛି । ରୋଷିଆ ନଥିବାରୁ ରୋଷେଇ କରୁଛନ୍ତି କେୟାର ଟେକର ଦେବ୍ ଜାନୀ ନାଏକ ଏବଂ ପରିବା କାଟିବା ଓ ଅନ୍ୟାନ୍ୟ ସହଯୋଗ କରୁଛନ୍ତି ସେବାଶ୍ରମରେ ଥିବା ପିଲା ମାନେ । ଅଧିକାଂଶ ସମୟରେ ପିଲାମାନେ ପଖାଳ ଭାତକୁ ଆଳୁ ସିଝା ଖାଉଥିବା ନେଇ ଅଭିଯୋଗ କରିଛନ୍ତି । ତୁରନ୍ତ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ସାଧାରଣରେ ଦାବୀ ହୋଇଛି ।