କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ
କେନ୍ଦ୍ରାପଡା: ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାକାଳପଡା ବିଧାୟକ ଡଃ ଦୁର୍ଗା ପ୍ରସନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଭାବେ ଆଡଭୋକେଟ ଦୁର୍ଯେ୍ୟାଧନ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ ମେଳା ଆୟୋଜନର ଉଦେ୍ଦଶ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ ଓ ଏହା ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଚାଲୁରହିବା ସହିତ କୃଷକ ମାନଙ୍କୁ ଉନ୍ନତ କୃଷି ନିମନ୍ତେ କୃଷି ବିଶେଷଜ୍ଞ ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାର କୃଷକ ମାନେ ୪୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି କ୍ରୟ କରିବା ସହ ରାଜ୍ୟ ସରକାର ସେମାନଙ୍କୁ ୧୦ କୋଟି ଟଙ୍କାର ସବସିଡି ପ୍ରଦାନ କରିଛନ୍ତି । ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟର ସୁଯୋଗ ଚାଷୀମାନେ ପାଇବା ସହ ଏଠାରେ କୃଷକମାନେ ଆଧୁନିକ ଜ୍ଞାନ କୌଶଳର ପ୍ରଶିକ୍ଷଣ ପାଇପାରିବେ ବୋଲି ମୁଖ୍ୟ ଅତିଥି ମତ ବ୍ୟକ୍ତ କରିଥିଲେ ରାଜ୍ୟ ସରକାର ସବୁ ସବ-ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ ଉକ୍ତ ମେଳାରେ ୫୦ଟି ଷ୍ଟଲରେ କୃଷି ସହିତ ଜଡିତ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଉଛିଓ ଏହି ଅବସରରେ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରି କୃଷି ଦ୍ରବ୍ୟ ଉତ୍ପାଦନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସô ହୋଇଥିବା ୩ ଜଣ କୃଷକଙ୍କୁ ପୁରସ୍କୃତ କରାଯାଇଥିଲା ଓ ୫ ଜଣଙ୍କୁ ମଧ୍ୟ ଟ୍ରାକ୍ଟର ଚାବି ପ୍ରଦାନ କରି କୃଷକ ସଶକ୍ତିକରଣ ନିମନ୍ତେ ପ୍ରୋସôାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ମାର୍ଶାଘାଇ ବିଏଓ ହେମନ୍ତ କୁମାର ସାମଲ ମଂଚ ପରିଚାଳନା କରିଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।