୨୦ ମଣ୍ଡିରେ କିଣାହେବ ବିରି, ମୁଗ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ୨୦ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ବିରି, ମୁଗ କ୍ରୟ ପାଇଁ ନିଷ୍ପତି ନିଆଯାଇଛି । ଭାରପ୍ରାପ୍ତ ଜିଲ୍ଲପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଗ କେଜି ୮୬.୮୨ ପଇସା ଓ ବିରି କେଜି ୭୪ ଟଙ୍କା ହାରରେ ଚାଷୀ ମାନଙ୍କ ଠାରୁ କ୍ରୟ କରାଯିବ । ପ୍ରତି ବ୍ଲକରେ ୨/୩ ଟି କରି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ମୁଗ, ବିରି କ୍ରୟ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ପ୍ରତ୍ୟେକ ଚାଷୀ ଏକର ପିଛା ୨ କ୍ୱିଣ୍ଟାଲ କରି ମୁଗ ଓ ବିରି ମଣ୍ଡିରେ ବିକ୍ରୟ କରିପାରିବେ । 
ସେମାନଙ୍କ ଆକାଉଣ୍ଟ କୁ ୪ ଦିନ ମଧ୍ୟରେ ବିକ୍ରୟ ଅର୍ଥ ପଠାଯିବ ବୋଲି ଭାରପ୍ରାପ୍ତ ମାରଫେଡ ଅଧିକାରୀ ପ୍ରଶାନ୍ତ କୁମାର ରାଉତ ସୂଚନା ଦେଇଛନ୍ତି । ଆତ୍ମାର ସହକାରୀ ନିଦେ୍ର୍ଦଶକ ନିରନ ରାଉତ ବୈଠକ ପରିଚାଳନା କରିଥିଲେ ।