ପ୍ରଫେସର ରବୀନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି
ରାଜନଗର : ରାଜନଗର ବ୍ଲକ ବାଲିସାହିପାଟଣା ଗ୍ରାମର ଦିବଙ୍ଗତ ପ୍ରଫେସର ରବୀନ୍ଦ୍ରନାଥ ପରିଡାଙ୍କ ପ୍ରଥମ ତିରୋଧାନ ତିଥିରେ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପୂର୍ବତନ ପ୍ରଶାସନିକ ଅଧିକାରୀ ଡ଼ଃ. କେଳୁଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ତଥା କଥାକାର ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ସଭାରେ ମୁଖ୍ୟଅତିଥି ଭାବେ ପ୍ରଫେସର ଅନିରୁଦ୍ଧ ରାଉଳ, ବରେଣ୍ୟ ଅତିଥି ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. କାର୍ତ୍ତିକଚନ୍ଦ୍ର ବରାଳ, ପ୍ରଫେସର ପଦ୍ମନାଭ ବେହେରା, ଅକ୍ଷୟ ଦାସ ଓ ଡ଼. ନୀଳମଣି ଲେଙ୍କା ସ୍ୱର୍ଗତ ପରିଡାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ୱର୍ଗତ ପରିଡାଙ୍କ ସ୍ମୃତିରେ ସ୍ମରଣିକା "ପୁଣି ଥରେ ଫେରିଆସ "ଉନ୍ମୋଚନ କରାଯାଇଥିଲା । ଜଣେ ପ୍ରବୀଣ ପ୍ରାଧ୍ୟାପକ ଓ ଛାତ୍ରବସôଳ ବ୍ୟକ୍ତିତ୍ୱ ଭାବରେ ପରିଚିତ ଦିବଙ୍ଗତ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଭାଗବତ ବେହେରା, ଦର୍ପ ନାରାୟଣ ନାୟକ, ପାରେଶ୍ୱର ଦାସ, ରବିନ୍ଦ୍ରନାଥ ଜେନା ପ୍ରମୁଖ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍ମୃତିଶ୍ରୀ ପରିଡା, ପୁତ୍ର ସ୍ମାର୍ତ୍ତଶ୍ରୀ ପରିଡା ଓ ଜୟରାମ ପାତ୍ର । ଶେଷରେ ଜିତେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।