କୃଷି ସଂକଳ୍ପ ଅଭିଯାନ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗଗନଧୂଳୀ, ଅଚୁ୍ୟତପୁର ଓ ଡାଲଙ୍ଗ ପଞ୍ଚାୟତରେ କୃଷି ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିଭିନ୍ନ କୃଷି ଯୋଜନା ଓ ବୈଜ୍ଞାନିକ ପଦ୍ଧତିରେ ଚାଷ ସମ୍ପର୍କିତ ତଥ୍ୟ ଉପସ୍ଥିତ ଚାଷୀମାନଙ୍କୁ ଅଧିକାରୀମାନେ ଅବଗତ କରାଇଛନ୍ତି । ଗଗନଧୂଳି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମଦନମୋହନ ସାନ୍ତରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକ ଡା ସନାତନ ପ୍ରଧାନ, ଡା କମଳାକାନ୍ତ ବେହେରା ଓ ଡା ନିରଜ କୁମାର ଜେନା ଓ ସହକାରୀ କୃଷି ଅଧିକାରୀ ରମ୍ୟରଞ୍ଜନ ସାହୁ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୁତି ସଞ୍ଜିତା ଗିରି, ତୁଡିଗଡିଆ ପ୍ରାଣୀଧନ ନିରିକ୍ଷକ ରାଜୀବ କୁମାର ଶିଅଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । କୃଷି ଗ୍ରାମସେବକ ଧନଞ୍ଜୟ ମହାନ୍ତି, କୃଷି ଅଧିଦର୍ଶକ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅଚୁ୍ୟତପୁର ପଞ୍ଚାୟତରେ ସରପଞ୍ଚ ଅହଲ୍ୟା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମିତି ସଭ୍ୟା ସସ୍ମିତା ପାଢୀ, ଜିଲ୍ଲା କୃଷି ଅଧିକାରୀ କୁମୁଦ ଚନ୍ଦ୍ର ପାଢୀ, କୃଷି ବୈଜ୍ଞାନିକ ଡା ଓମ୍ପ୍ରକାଶ ବର୍ମା, ଡା. ଅନିତାରାଣୀ ପାତ୍ର, ଲକ୍ଷ୍ମୀକାନ୍ତ ମୁର୍ମୁ, ଶୁଭ୍ରଜିତ ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଡାଲଙ୍ଗ ପଞ୍ଚାୟତରେ ସରପଞ୍ଚ ଅଜୟ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କୃଷି କର୍ମଶାଳାରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସମିତିସଭ୍ୟା ସୂର୍ଯ୍ୟରାଣୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।