କୃଷି ସେବା ସମବାୟସମିତିରେ ଖରିଫ୍ ଧାନ ମଣ୍ଡି ଶୁଭାରମ୍ଭ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ରଢୋ ସ୍ଥିତ ରହଣିଆ ପ୍ରାଥମିକ କୃଷି ସେବା ସମବାୟ ସମିତି ଠାରେ ଆଜି ଖରିଫ୍ ଧାନ କ୍ରୟ ପାଇଁଁ ମଣ୍ଡି ଶୁଭାରମ୍ଭ ହୋଇଛି । ସମିତି ସଭାପତି ସାଗର ଲେଙ୍କା ସଂଯୋଜିତ ତଥା ସମ୍ପାଦକ ସନ୍ତୋଷ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧାନ କିଣା ଆରମ୍ଭ ହୋଇଛି । ଏଥିରେ ସମବାୟ ଅଧିକାରୀ ବସନ୍ତ କୁମାର ରଣା, ସରପଞ୍ଚ ରଞ୍ଜନ କୁମାର ପରିଡ଼ା, ସମାଜ ସେବୀ ବିରେନ୍ଦ୍ର କୁମାର ନାୟକ, ପରିଚାଳନା କମିଟି ସଦସ୍ୟ ସତ୍ୟଜିତ ରାଉତ, ରଞ୍ଜନ କୁମାର ବେହୁରିଆ, ନିତ୍ୟାନନ୍ଦ ନାୟକ,ସିଦ୍ଧନାଥ ଦାସ, ପ୍ରଭାସ ରଂଜନ ରାଉତ, ଅଶୋକ କୁମାର ନାୟକ, ନିରଞ୍ଜନ କୂଅର, ଚାଷୀ ନଗେନ ଧଳ, ଅର୍ଜୁନ ସାମଲ, ସଞ୍ଜୟ କୁମାର ରାଉତ, ପ୍ରମୁଖ ଯୋଗଦେଇଥିଲେ । ଏହାଛଡା ମିଲ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଧାନ କ୍ରୟ ବାବଦରେ ଚାଷୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ । କାର୍ଯକ୍ରମ କୁ ସମିତି କର୍ମଚାରୀ ନୀଳମଣି ସାମଲ,ଓଙ୍କାର ବାରିକ, ବିଜୟ ନାୟକ, ଚିନ୍ମୟ ପାତ୍ର, ହୁରେନ୍ଦ୍ର ଜେନା ପ୍ରମୁଖ ପରିଚାଳନା କରିଥିଲେ ।