ଲିଫ୍ଟରେ ଚାପି ହୋଇ ମହିଳାଙ୍କ ମୃତ୍ୟୁ
ଭଦ୍ରକ : ଆଜି ପୁରୁଣା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅଚଳ ଲିଫ୍ଟରେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ପରେ ଦେଖା ଦେଇଥିବା ଉତ୍ତେଜନା ଘଟଣା ଭଦ୍ରକରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ୨ ଘଣ୍ଟା କାଳ ଉତ୍ତେଜନା ପାଟିତୁଣ୍ଡ ଭିତରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ, ବିଧାୟକ ପହଞ୍ôଚବା ପରେ ବୁଝାସୁଝା ହୋଇଥିଲା । ଶେଷରେ ପ୍ରଶାସନ ପକ୍ଷରୁ ୮ ଲକ୍ଷ ଟଙ୍କାର ସହାୟତା ଦେବାର ପ୍ରତିଶ୍ରୁତି ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା ।
ସୂଚନା ଅନୁଯାୟୀ ଆଜି ସକାଳ ୭ଟା ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦିଆ ପଞ୍ଚାୟତର ନରସିଂହପୁର ଗାଁର ଅଭୟ ପରିଡ଼ାଙ୍କ ୪୫ ବର୍ଷୀୟା ସ୍ତ୍ରୀ ମିନତି ଥଣ୍ଡା, ଥାଇରଏଡ଼ ଓ ଶ୍ୱାସ ରୋଗରେ ଆକ୍ରାନ୍ତ ଥାଇ ଅଣନିଃଶ୍ୱାସୀ ଯୋଗୁଁ ଭଦ୍ରକ ପୁରୁଣା ମେଡିକାଲକୁ ଆସିଥିଲେ । ତେବେ ଆଉଟ ଡୋରରେ ନମ୍ବର କରି ଡାକ୍ତର ଦେଖାଇବା ସହିତ ପ୍ରାଥମିକ ଚିକିତ୍ସା କରି ୱାର୍ଡ଼କୁ ଯାଇଥିଲେ । ହେଲେ ମହିଳା ମେଡ଼ିସିନ ୱାର୍ଡଟି ୩ ତାଲାରେ ଥିବାବେଳେ ସେମାନେ ଲିଫ୍ଟରେ ଯାଇଥିଲେ । ତଳ ଲିଫ୍ଟକୁ ପଶିଯିବା କ୍ଷଣି ଲିଫ୍ଟଟି ହଟାତ ଯାନ୍ତ୍ରିକ ତ୍ରୁଟିରୁ ଉପରକୁ ଉଠି ଯାଇଥିଲା । ସେହି ସମୟରେ ତାଙ୍କ ସ୍ୱାମୀ ଓ ପୁଅ ଡେଇଁ ବାହାରି ଆସିଥିଲେ ଏବଂ ମିନତି ଅଧାରୁ ଚାପି ହୋଇ ରହି ଯାଇଥିଲେ । ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ସୂଚନାଯୋଗ୍ୟଯେ, ଏହି ଲିଫ୍ଟଟି ପ୍ରାୟ ସମୟରେ ଖରାପ ଥାଏ । ଫଳରେ ନଚାଲି ବନ୍ଦ ରହିଥାଏ । ଯାହାକି ୩ ଦିନ ହେବ ଲିଫ୍ଟ ବନ୍ଦ ଥିବା ହେତୁ ବିଭିନ୍ନ ଲୋକ ଚଳାଇବାକୁ ଦାବି କରି ଆସୁଥିଲେ । ତେଣୁ ଖରାପ ଲିଫ୍ଟକୁ ଚଳାଇଥିବା କାରଣରୁ ହିଁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଯଦି ଖରାପ ଥିଲା ଲିଫ୍ଟକୁ କଣ ପାଇଁ କାହା ନିର୍ଦ୍ଦେଶରେ ଚଲାଗଲା ବୋଲି ବଡ଼ ପ୍ରଶ୍ନ ସୃଷ୍ଟିହୋଇଛି । ଯାହାକୁ ନେଇ ଜିଲ୍ଲାପାଳ ଦିଲୀପ ରାଉତରାଏ ଘଟଣା ସ୍ଥଳରେ ପହଞ୍ôଚ ଏକ ଇନକୁଆରୀ କମିଟି କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ମୃତକ ପରିବାରଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ୮ଟା ସମୟରେ ଲିଫ୍ଟରେ ମୃତ୍ୟୁ ଘଟିଥିବା ବେଳେ ହଠାତ ପରିବାର ଲୋକଙ୍କ ସହିତ ବାହାର ଲୋକମାନେ ପାଟିତୁଣ୍ଡ କରିଥିଲେ । ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପହଞ୍ôଚ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଦର୍ଶାଇଥିଲେ । ସେହିପରି ବିଜେଡି ନେତା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲିକ ପହଞ୍ôଚ ବିଷୋଦଗାର କରିଥିଲେ । କାହିଁକି ତିଆରି ହୋଇ ରଙ୍ଗ ବଦଳେଇ ସାରିଥିବା ନୂଆ ମେଡିକାଲ ଗେଲପୁରକୁ ସ୍ଥାନାନ୍ତର କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ସେହିପରି କିଛି ବୁଦ୍ଧିଜୀବୀ ଆସି ମେଡିକାଲରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଦୋଷୀ ଦର୍ଶାଇ ତାଙ୍କୁ ଗିରଫ କରାଯିବା ଉଚିତ କହିଥିଲେ । ସିଟି ଡ଼ିଏସପି ସମ୍ବିତ ମାଝୀ ଓ ଥାନା ଅଧିକାରୀ ପହଞ୍ôଚ ବୁଝାସୁଝା କରିଥିଲେ । ପରେ କ୍ରିୟା କର୍ମ ପାଇଁ ରେଡକ୍ରସ ପାଣ୍ଠିରୁ ତିରିଶ ହଜାର ଟଙ୍କା ଆଣି ବିଧାୟକଙ୍କ କହିବାରେ ପରିବାରଙ୍କୁ ଦିଆଯାଇଥିଲା । ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପହଞ୍ôଚ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଦୋଷୀକୁ ଦଣ୍ଡ ମିଳିବ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ବଳ ମେଡିକାଲରେ ବିଭିନ୍ନ ସମସ୍ୟା ଦେଖୁନଥିବା ଓ କିଛି ବୁଝୁନଥିବାରୁ ଏଭଳି ଘଟୁଥିବା କୁହାଯାଉଛି । ତେବେ ଆଗକୁ ଏଭଳି ଘଟଣା ନଘଟୁ ଏଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ବଳଙ୍କୁ ବିଧାୟକ ଓ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ତେବେ ଜିଲ୍ଲା ପୁରୁଣା ହେଉ କି ନୂଆ ମେଡିକାଲ ଦୁଇଟି ସ୍ଥାନରେ ପୁରୁଣା ଏଜେନ୍ସି କାମ କରୁଥିବା ଏବଂ ଦୁର୍ନୀତିରେ ଉବୁଟୁବୁ ହେଉଥିବା ସମସ୍ତେ କହୁଛନ୍ତି । ନୂଆ ଏଜେନ୍ସିଙ୍କୁ ଦିଆଯାଉନଥିବାବେଳେ ଶାସକ ଦଳ ଓ ପ୍ରଶାସନ ସରକାର ନିଦା ବିଷ୍ଣୁ ପାଲଟି ଥିବାରୁ ଏଭଳି ଘଟଣା ଘଟି ଚାଲିଥିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ବିଶେଷକରି ପିସି କାରବାର କରି ମେଡିକାଲରେ ସବୁକିଛି ଟେଣ୍ଡର ହାତେଇ ଜନ ସାଧାରଣଙ୍କୁ ଦୁର୍ଗନ୍ଧରେ ସ୍ୱାସ୍ଥ୍ୟ ସେବା ଯୋଗାଯାଉଥିବା କୁହାଯାଉଛି ।