ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ରଣଜିତ୍ ପଞ୍ଚାୟତ ମଞ୍ଜୁରୀ ବଳଦେବଜୀଉ ସରକାରୀ ଉଚ୍ଚÿ ବିଦ୍ୟାଳୟ ଠାରେ ଆଜି ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ଦେବଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ପବିତ୍ର କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ସୁଜାତା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ତଟିନୀ ସେଠୀ, ବରିଷ୍ଠ ଶିକ୍ଷକ ଗୌରି ଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ମଙ୍ଗଳ ଅଧିକାରୀଣି ସାନ୍ତ୍ୱନା ଦାସ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିବିରରେ ପ୍ରାୟ ୨୧୦ ଜଣ ବିଭିନ୍ନ ବର୍ଗର ଭିନ୍ନକ୍ଷମ ଭାଇ ଭୋଉଣୀ ମାନଙ୍କ ନାମ ପଞ୍ଜିକରଣ ହୋଇଥିଲା । ଉପସ୍ଥିତ ଡାକ୍ତର ମାନେ ଶାରୀରିକ ଭାବେ ସମସ୍ତଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।