କେନ୍ଦୁଝରର ଡିଏମଏଫ ଦୁର୍ନୀତିରେ ଯାଜପୁରରୁ ଲଢେଇ  ତଦନ୍ତ ପାଇଁ ଦ୍ୱିତୀୟ ଥର ନିଦେ୍ର୍ଦଶ; ଆଶିଷ ଠାକରେଙ୍କ ପାଇଁ ବଢିପାରେ ବିପଦ


ାା ପ୍ରଭାନୁ୍ୟଜ ।ା ଯାଜପୁର: କେନ୍ଦୁଝରର ଡିଏମଏଫ ଦୁର୍ନୀତିରେ ତଦନ୍ତ ପାଇଁ ସରକାରଙ୍କ ତରଫରୁ ଦ୍ୱୀତୀୟ ଥର ପାଇଁ ପତ୍ର ପ୍ରଦାନ କରାଯାଇଛି । ଏହାପରେ ତକ୍ରାଳୀନ ଜିଲାପାଳ ଆଶିଷ ଠାକରେଙ୍କ ପାଇଁ ବିପଦ ବଢିବାର ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦୁଝରର ଦୁର୍ନୀତି ନେଇ ଯାଜପୁରରୁ ହେଉଥିବା ଲଢେଇ ଆଧାରରେ ସରକାରଙ୍କ ତରଫରୁ ଏହି ତଦନ୍ତ ନିଦେ୍ର୍ଦଶ ଦିଆଯାଇଛି । ଖବରରୁ ପ୍ରକାଶ, କେନ୍ଦୁଝର ଜିଲାର ୩୦୦ଟି ଉଚ୍ଚ ବିଦ୍ୟାଳୟର କବାଟ ଝରକାରେ ଷ୍ଟିକର ଲଗାଯିବା ପାଇଁ ପାଇଁ ୮କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଡିଏମଏଫ ଫଣ୍ଡରୁ ବ୍ୟୟ ହୋଇଥିବା ଏହି ଟଙ୍କାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ପିଛା ଅଢେଇ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏହାର ଟେଣ୍ଡର ପ୍ରକିୟାରେ ବ୍ୟାପକ ଅନିୟମିତତା ସହ ଅର୍ଥ ବିନିଯୋଗରେ ବହୁ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି । ରାଜ୍ୟର ବୃହତର ସ୍ୱାର୍ଥରକ୍ଷା ପାଇଁ ଏଥିନେଇ ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରି ଯାଜପୁର ଜିଲାର ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଞ୍ଚ ସଭାପତି ସତୀଶ ବିଶ୍ୱାଳ ଗତ ୨୧ ଜୁଲାଇରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ପାହାଡ ପର୍ବତ ସୁରକ୍ଷା ଏବଂ ଭ୍ରଷ୍ଟାଚାର ବିରୋଧରେ ସାଲିସ ବିହୀନ ଲଢେଇ ପାଇଁ ଚର୍ଚ୍ଚାରେ ଥିବା ସତୀଶଙ୍କୁ କେନ୍ଦୁଝରର ଗୋଟିଏ ପ୍ରତିନିଧି ଦଳ ସାକ୍ଷାତ କରି ଏହି ଘଟଣାରେ ସ୍ୱର ଉଠାଇବାକୁ ନିବେଦନ କରିଥିଲେ । ସତୀଶ ନିଜର ପତ୍ରରେ ଦର୍ଶାଇଥିଲେ ଯେ, ଏତେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ପାଇଁ ସାଧାରଣତ ଟେଣ୍ଡର ପ୍ରକିୟା କରାଯିବା କଥା । ହେଲେ ଏକ୍ଷେତ୍ରରେ ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ କାମ ଦେବା ପାଇଁ ଅତ୍ୟନ୍ତ ଚତୁରତାର ସହ ଟେଣ୍ଡର କରା ନଯାଇ କୋଟେସନ କଲ ନୋଟିସ ଜରିଆରେ ବିଦ୍ୟାଳୟ ସ୍ତରରେ ଠିକାସଂସ୍ଥା ଚୟନ କରାଯିବା ସତ୍ତ୍ୱେ ସମସ୍ତ ବିଦ୍ୟାଳୟ ପାଇଁ ଗୋଟିଏ ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ଲିମିଟେଡକୁ କାମ ଦିଆଯିବା ଯେତିକି ଆଶ୍ଚର୍ଯ୍ୟ ଜନକ ତତୋଧିକ ଉଦବେଗ ଜନକ । ଦୁର୍ନୀତି ସମୟରେ କେନ୍ଦୁଝରର ତକ୍ରାଳୀନ ଜିଲାପାଳ ଆଶିଷ ଠାକରେ ଡିଏମଏଫର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ଆଶିଷ ଠାକରେ ଏଥିନେଇ ନିଷ୍ପତ୍ତି ନେବା ବେଳେ ଏହି କାର୍ଯ୍ୟରେ ଜିଲାରେ ୮କୋଟି ଖର୍ଚ୍ଚ ହେବ ବୋଲି ଜାଣିଥିଲେ । ଏହାସତ୍ତ୍ୱେ ବି ଟେଣ୍ଡର କରିବା ପରିବର୍ତ୍ତେ ବିଦ୍ୟାଳୟ ସ୍ତରରେ କୋଟେସନ କଲ ନୋଟିସ ମାଧ୍ୟମରେ କାମ କରିବାକୁ ନିଷ୍ପତ୍ତି ନେଲେ । ଏହି କୋଟେସନ କଲରେ ଭାଗ ନେଇଥିବା ସମସ୍ତ ସଂସ୍ଥା ଭୁବନେଶ୍ୱରର ହୋଇଥିବା ବେଳେ ସ୍ଥାନୀୟ ଜିଲାର କୌଣସି ସଂସ୍ଥା ଭାଗ ନନେବା, କେବଳ ଭୁବନେଶ୍ୱରର ସଂସ୍ଥା ଏହା ଜାଣି ପାରିବା ସହ ଆବେଦନ କରିବା, ଗୋଟିଏ ଗୋଟିଏ ସ୍କୁଲ ପିଛା ଷ୍ଟିକର ମରା କାମରେ ଅଢେଇ ଲକ୍ଷ ଲେଖା ବିଲ କରାଯାଇ ବହୁଲକ୍ଷ ଟଙ୍କା ଲୁଟ କରାଯିବା ଅନ୍ତରାଳରେ ତକ୍ରାଳୀନ ଜିଲାପାଳଙ୍କ ସଂପୃକ୍ତି ଥିବାର ଅଭିଯୋଗ ହେଉଛି । ଏହାସହ କୋଟେସନ କଲ ନୋଟିସ କରାଯିବା ବେଳେ ୟୁନିଟ ପିଛା ମୂଲ୍ୟ ମଗାଯାଇ ଥାଏ । ମାତ୍ର ଏହି କାମରେ ଏ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ମାପ ସ୍ଥିର କରା ନଯାଇ କୋଟେସନକୁ ବିଚାରକୁ ନିଆଯାଇଛି । ଏତେସବୁ ଅନିୟମିତତାକୁ ସୁରକ୍ଷା ଦିଆଯିବା ଅନ୍ତରାଳରେ ତକ୍ରାଳୀନ ଜିଲାପାଳଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ବୋଲି ସତୀଶ ଅଭିଯୋଗ କରିଛନ୍ତି । ଏହାପରେ ଏଥିନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଉନ୍ନୟନ କମିଶନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଜନା ଓ ସଂଯୋଜନା ବିଭାଗଙ୍କୁ ଗତ ତା୨୬ା୭ା୨୪ ରିଖରେ ଡାଏରୀ ନମ୍ବର-୦୪୩୫୦୭ରେ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଥିଲେ । ଏହି ଆଧାରରେ ଜିଲାପାଳ ଓ ଅଧ୍ୟକ୍ଷ ତଥା ପରିଚାଳନା ଟ୍ରଷ୍ଟି ଜିଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ, କେନ୍ଦୁଝରଙ୍କୁ ଗତ ତା ୩ା୮ା୨୪ରିଖରେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୁ୍ୟମ୍ନ କୁମାର ମହାକୁଡ ପତ୍ର ନମ୍ବର-୧୧୨୩୪ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ଜଣାଇଥିଲେ । ତେବେ ଏଥିନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୁନଶ୍ଚ ସତୀଶ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ କେନ୍ଦୁଝର ଜିଲାପାଳଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ତରଫରୁ ପତ୍ର ନମ୍ବର-୧୨୩୯୨ ତା୨୩ା୮ା୨୪ପ୍ରଦାନ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ଏଥିରେ ପୂର୍ବ ପତ୍ର ନେଇ କୌଣସି କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରାଯାଇ ନଥିବାର ଦର୍ଶାଯାଇଛି । ଏହାପରେ ତକ୍ରାଳୀନ ଜିଲାପାଳଙ୍କ ପ୍ରତି ବିପଦ ବଢିବାର ଆଶଙ୍କା ପ୍ରକାଶ ପାଇଛି । ତେବେ ଡିଏମଏଫରେ ପାହାଡ ପର୍ବତ ସୁରକ୍ଷା, ପରିବେଶ ସମୃଦ୍ଧି କ୍ଷେତ୍ରରେ ଏବଂ ଖଣି ପ୍ରଭାବିତ ଅଞ୍ଚଳର ବିକାଶ କ୍ଷେତ୍ରରେ ଅଧିକ ବିନିଯୋଗ କରିବାକୁ ସତୀଶ ଦାବି କରିଛନ୍ତି । ଏହାପରେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୫ଟି ଜିଲାର ଡିଏମଏଫ ସୁବିନିଯୋଗ ନେଇ ସମୀକ୍ଷା ହୋଇଛି ।