କୋଳିମାଟି ପଞ୍ଚାୟତ କାର୍ଯ୍ୟାଳୟ : ପିଇବା ପାଣିର ଅଭାବ

ଆନନ୍ଦପୁର : ଆନନ୍ଦପୁର ବ୍ଳକ ଅନ୍ତର୍ଗତ କୋଳିମାଟି ପଞ୍ଚାୟତ କାର୍ଯ୍ୟାଳୟରେ ପାନୀୟ ଜଳର ଉକôଟ ସମସ୍ୟା ଦେଖାଦେଇଛି । ଡହ ଡହ ଖରାରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସୁଥିବା ହିତାଧିକାରୀ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଏହି ଆଦିବାସୀ ଅଧ୍ୟୂଷିତ ପଞ୍ଚାୟତ କାର୍ଯ୍ୟାଳୟରେ ପିଡ଼ିଏସ ଚାଉଳ ବଣ୍ଟନ, ଭତ୍ତା ବଣ୍ଟନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ସମାଗମ ହୋଇଥାଏ । ତେବେ ପଞ୍ଚାୟତ କାର୍ଯ୍ୟାଳୟରେ ପାନୀୟ ଜଳର ସୁବନେ୍ଦାବସ୍ତ କରାଯାଇ ନାହିଁ । ସୂଚନାଯୋଗ୍ୟ ପୂର୍ବରୁ ପାଇପ ଯୋଗେ ପଞ୍ଚାୟତ କାର୍ଯ୍ୟାଳୟକୁ ଜଳ ଯୋଗାଣ କରାଯାଉଥିଲା । ମାତ୍ର ବର୍ଷେ ହେଲାଣି ଆଉ ପାଣି ଆସୁନାହିଁ । ଏନେଇ ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ନାଇକଙ୍କୁ ପଚାରିବାରୁ ଏନେଇ ବାରମ୍ବାର ବ୍ଳକ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଥିବା ବେଳେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଡ଼ିଓ ମନୋଜ ମହାନ୍ତ କହିଥିଲେ ।