ସରିଲା ବାସୀ ରଥଯାତ୍ରା; ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି
ସୁକିନ୍ଦା: ଯାଜପୁର ଜିଲାର ସର୍ବପୁରାତନ ଭିତରେ ସୁକିନ୍ଦା ରଥଯାତ୍ରା ପ୍ରଥମ । ଏଠିକାର ରଥଯାତ୍ରା ସମ୍ପୂର୍ଣ ନିଆରା । ଉଭୟ ଗୁଣ୍ଡିଚା ଓ ବାହୁଡାÿ ଯାତ୍ରାରେ ଠାକୁରଙ୍କୁ ରଥାରୂଢ଼ କରିବା ପରେ ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଛେରା ପହଁରା କରିଥାନ୍ତି ପରେ ଗୋଟିଏ ଥର ରଥ ଟଣାଯାଇ ଥାଏ । ପରଦିନ ସମ୍ପୂର୍ଣ ରଥଟଣା ହୋଇଥାଏ । ଆବାହମାନ କାଳରୁ ଏହି ପ୍ରଥା ଚାଲି ଆସିଛି । ସେହି ପରମ୍ପରା ଅନୁଯାୟୀ ସୁକିନ୍ଦାରେ ଶନିବାର ଥରେ ଓ ରବିବାର ସମ୍ପୂର୍ଣ ରଥଟଣା ସମ୍ପର୍ଣ୍ଣ ହୋଇଛି । ସନ୍ଧ୍ୟାରେ ମନ୍ଦିର ସମ୍ମୁଖରେ ରଥ ପହଁଚିବା ପରେ ପ୍ରଭୁଙ୍କ ସନ୍ଧ୍ୟା ଆଳତି ଓ ପୂଜା ଆରମ୍ଭ ହୋଇଥିଲା । ରଥ ଉପରେ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ବାହୁଡାÿ ଯାତ୍ରାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପ୍ରମୁଖ ରଥ ଟାଣିଥିଲେ । ଯାତ୍ରାରେ ୩୦ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ପ୍ରଭୁ ରନôବେଦୀକୁ ଫେରିବେ ।