କେନ୍ଦ୍ରକୁ ଯିବେ ଭିନୀଲ କ୍ରୀଷ୍ଣା
ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଫିସର ଭିନୀଲ କ୍ରୀଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବେ । ୨୦୦୫ ବ୍ୟାଚର ଏହି ଆଇଏସ ଅଫିସରଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ୫ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । କେନ୍ଦ୍ର ନିଯୁକ୍ତି କ୍ୟାବିନେଟ କମିଟି ୪୧ ଆଇଏଏସ ଅଫିସରଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଆଇଏଏସ ଭିନୀଲ କ୍ରୀଷ୍ଣା ମଧ୍ୟ ରହିଛନ୍ତି । ଏହି ମର୍ମରେ ଆଜି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ପ୍ରତି ସେ ଜମି ରେକର୍ଡ଼ ଓ ବନେ୍ଦାବସ୍ତ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ତକôାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ ।