ଅପରେସନ୍ ସିନ୍ଦୂର : ମରିଛନ୍ତି ୧୬୦ ଆତଙ୍କୀ ଓ ପାକିସ୍ତାନୀ

ଅପରେସନ୍ ସିନ୍ଦୂର : ମରିଛନ୍ତି ୧୬୦ ଆତଙ୍କୀ ଓ ପାକିସ୍ତାନୀ


ଅପରେସନ୍ ସିନ୍ଦୂରରେ ୧୬୦ ଆତଙ୍କୀ ଓ ପାକିସ୍ତାନୀ ମୃତୁ୍ୟବରଣ କରିଛନ୍ତି  । ଯୁଦ୍ଧବିରତି ପାଇଁ ପାକିସ୍ତାନ ଦୁଇ ଦୁଇ ଥର ଭାରତକୁ ଅନୁରୋଧ କରିଥିଲା  । ତେବେ ପାକ୍ର ସମ୍ପୂର୍ଣ୍ଣ ଯୁଦ୍ଧବିରତି ଉପରେ ଭାରତର ସନେ୍ଦହ ରହିଛି  । ପାକର ସମ୍ଭାବ୍ୟ ଆକ୍ରମଣ ଉପରେ ଭାରତ ନଜର ରଖିବା ସହ ପୂରା ପ୍ରସ୍ତୁତ ହୋଇ ରହିଛି  । 
ମିଳିଥିବା ସୂଚନା ଅନୁଯାୟୀ, କେବଳ ବାହାୱଲପୁରରେ ୨୦ ଜଣଙ୍କର ଜୀବନ ଯାଇଛି  । ସେମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସମ୍ପର୍କୀୟ  । ସେହିପରି ପାକ୍ ସେନା ବାହିନୀ ବି ବହୁ କ୍ଷତିଗ୍ରସ୍ତ ହୋଇଛି  । ୩୦ରୁ ୪୦ ପାକ୍ ଯବାନଙ୍କର ମୃତୁ୍ୟ ହୋଇଛି  । ପାକିସ୍ତାନ ଏୟାର ବେସରେ ଅନେକ ମୃତୁ୍ୟବରଣ କରିଛନ୍ତି  । ଲାହୋର ଏୟାର ବେସ୍ରେ ୨, ଶାରଗୋଧା ଏୟାର ବେସ୍ରେ ୨, ବାହାୱଲପୁର ଏୟାର ବେସ୍ରେ ୨, ସିଆଲକୋଟରେ ୧୧, ରାୱଲପିଣ୍ଡିରେ ୪ ଜଣଙ୍କର ମୃତୁ୍ୟ ହୋଇଛି  ।  ଯୁଦ୍ଧବିରତି ହୋଇଥିଲେବି ଭାରତ ଓ ପାକିସ୍ତାନ ମଧ୍ୟରେ ଏବେବି ଉତ୍ତେଜନା ଲାଗିରହିଛି  । ତେଣୁ ପାକ ସୀମାନ୍ତରେ ଥିବା ଅଞ୍ଚଳରେ ଆସନ୍ତାକାଲି ପୁଣି ମକ ଡ୍ରିଲ୍ କରାଯିବ  । ଭାରତ-ପାକ୍ ମଧ୍ୟରେ ୪ ଦିନ ଧରି ଚାଲିଥିବା ଲଢ଼େଇରେ ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଓ ଜାମ୍ମୁକାଶ୍ମୀରର ସୀମାନ୍ତ ଅଞ୍ଚଳଗୁଡ଼ିକ ବେଶୀ ପ୍ରଭାବିତ ହୋଇଥିଲା  । ୧୯୭୧ ପରେ ଅପରେସନ୍ ସିନ୍ଦୂର ବେଳେ ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୨୫୦ ସ୍ଥାନରେ ମକ ଡ୍ରିଲ୍ କରାଯାଇଥିଲା  । ଯୁଦ୍ଧ ସମୟରେ ଲୋକମାନେ କ’ଣ କରିବେ, ସେନେଇ ସଚେତନ କରିବା ଥିଲା ଏହାର ଉଦେ୍ଦଶ୍ୟ  । ପଞ୍ଜାବର ପ୍ରାୟ ୫୩୨ କିଲୋମିଟର ଅଞ୍ଚଳ ଓ ରାଜସ୍ଥାନର ପ୍ରାୟ ୧୦୩୭ କିଲୋମିଟର ଅଞ୍ଚଳ ପାକ୍ ସୀମାରେ ରହିଛି  ।