କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘର ବୈଠକ
ଆସିକା: ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ଅଭିଭାବକ ସଂଘର ବୈଠକ ସ୍ଥାନୀୟ ଅଶୋକ ସିନେମା ସଭା ଗୃହରେ ସଭାପତି ପ୍ରଶାନ୍ତ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଦସ୍ୟ ଓ ସଦସ୍ୟା ଯୋଗଦାନ କରି ନୂତନ କର୍ମକର୍ତ୍ତା ଏବଂ କାର୍ଯ୍ୟକାରୀ କମିଟି ଚୟନ କରିଥିଲେ । ଶଙ୍କର ସାହୁ, ପ୍ରଶାନ୍ତ କର ଓ ସନ୍ତୋଷ କୁମାର ସେଠୀଙ୍କୁ ଉପଦେଷ୍ଠା ସୁଦେଷ୍ଣା ପଟ୍ଟନାୟକ ସଭାପତି, ଶ୍ୟାମ ସୁନ୍ଦର ପାଢ଼ୀ ଓ ଶିବରାମ ଗୌଡ଼ ଉପସଭାପତି, ଅରୁଣ କୁମାର ସେଠୀ ସମ୍ପାଦକ, ଦିଲୀପ କୁମାର ସାହୁ ଯୁଗ୍ମ ସମ୍ପାଦକ, ଅମୀୟ ସିନ୍ଧୁ ମୁନି ପିଟିଏ ସଦସ୍ୟ, ଏବଂ ଶିବାନୀ ରଞ୍ଜନ ମହାପାତ୍ର, ଯଜ୍ଞସେନୀ ପ୍ରଧାନ, ବିନୋଦ ଚନ୍ଦ୍ର ଦୋରା, ମିହିର କାନ୍ତ ସାହୁ, କୃଷ୍ଣଚନ୍ଦ୍ର ସେଠୀ, ଚିତ୍ତରଞ୍ଜନ ମଣ୍ଡଳ, ମାନସ କୁମାର ଭୁୟାଁଙ୍କୁ ସଦସ୍ୟ ଭାବେ ଚୟନ କରଯାଇଥିଲା । ସଂଘର ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପାଇଁ ଆସନ୍ତା ୦୫.୦୨.୨୦୨୫ ବୁଧବାର ସନ୍ଧ୍ୟା ୫ଘଣ୍ଟା ସମୟରେ ଆସିକା ବାଣୀବିହାର ସ୍ଥିତ ଶ୍ରୀ ରାଧା କୃଷ୍ଣ ମନ୍ଦିରରେ ବୈଠକ ଅନୁଷ୍ଠିତ ହେବା ପାଇଁ ଧାର୍ଯ୍ୟ ହୋଇଥିଲା । ଅନୁଷ୍ଠିତ ବୈଠକରେ କୃଷ୍ଣଚନ୍ଦ୍ର ଚୌଧୁରୀ, ରାଘବ କୁମାର ନାହାକ, ସୁକାନ୍ତ କୁମାର ପଟ୍ଟନାୟକ, ଜିତେନ୍ଦ୍ର କୁମାର ଜେନା, ଅମୀୟ ସିନ୍ଧୁ ମୁନି, ଶିବ ଶଙ୍କର ସ୍ୱାଇଁ, ରୋସନି ପ୍ରଧାନ, ବନିତା ବେହେରା, ଦୀପାଞ୍ଜଳି ନାୟକ, ଜାନକୀ ଗୌଡ଼, କୁନି ମହାନ୍ତି, ସୁରଥ କୁମାର ସାହୁ, ସରୋଜ କୁମାର ମହାପାତ୍ର, ଶିଶିର କୁମାର ପ୍ରଧାନ, ତପନ କୁମାର ବେହେରା, ବସନ୍ତ କୁମାର ସେଠୀ, ରଘୁରାମ ବେହେରା, କୃଷ୍ଣଚନ୍ଦ୍ର ସେଠୀ, ଶଶାଙ୍କ ଶେଖର ମହାରଣା, ସଞ୍ଜୟ କୁମାର ଜେନା, କାଳୀ ଚରଣ ପାଢୀ, ଶ୍ରୀନିବାସ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।