ଫଟୋଗ୍ରାଫର ସଂଘର ବୈଠକ

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଇଟାମୁଣ୍ଡି କଲ୍ୟାଣମଣ୍ଡପ ପରିସରରେ ନୂତନ ଭାବେ ଗଠିତ ଖଇରା-ଔପଦା ଫଟୋଗ୍ରାଫର ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସ୍ୱରୂପ କୁମାର ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅତିରିକ୍ତ ତହସିଲଦାର ଗଦାଧର ସେଠୀ ମୁଖ୍ୟଅତିଥି, ଓଡିଶା ଫଟୋଗ୍ରାଫର ମହାସଂଘର ସହ-ସମ୍ପାଦକ ରଜକିଶୋର ଶତପଥି, ଖଇରା ସାମ୍ବାଦିକ ସଂଘର ସଭାପତି ଉକ୍ରଳବନ୍ଧୁ ପଣ୍ଡା, ନିକନ କମ୍ପାନୀର ଅଧିକାରୀ ଦେବାଂଶୁ ପଟ୍ଟନାୟକ, ସନ୍ତୋଷ କୁମାର ବେଜ, ସୁଶାନ୍ତ କୁମାର ମୁଦୁଲି ଓ ରାହୁଳ କୁମାର ଦଳେଇ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସମ୍ପାଦକ ପ୍ରାଥଞ୍ଜୟ ବାରିକ ବିବରଣୀ ପାଠ ସଭ୍ୟ ପ୍ରକାଶ ମହାକୁଡ ମଞ୍ଚ ପରିଚାଳନା କରିଥିଲେ । ଆଗାମୀ ଦିନରେ ସମସ୍ତ ଫଟୋଗ୍ରାଫର ଏକ ଜୁଟ ହେବା ସହ ସେମାନେ ଭୋଗୁଥିବା ସମସ୍ୟାର ସମାଧାନ ପାାଇଁ ନିଷ୍ପତ୍ତି ନିଆଯାଇଥିଲା । ଖଇରା ଓ ଔପଦା ବ୍ଲକର ବିଭିନ୍ନ ଷ୍ଟୁଡିଓର ୫୦ରୁ ଊଦ୍ଧ୍ୱର୍ ଫଟୋଗ୍ରାଫର  ବୈଠକରେ ଉପସ୍ଥିତ ଥିଲେ ।