ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଦାବି
କଟକ: ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି ଉପସ୍ଥାପନ କରାଯାଇଛି । ଓଷ୍ଟା ପକ୍ଷରୁ ଉପସ୍ଥାପନା କରାଯାଇଥିବା ପ୍ରମୁଖ ଦାବିଗୁଡ଼ିକ ହେଲା ଅନୁଦାନରୁ ବଂଚିତ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ ପାଇଁ ସରକାର ପଦକ୍ଷେପ ନେବା, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ ଇନକି୍ରମେଣ୍ଟ ପ୍ରଦାନ କରିବା, ୨୮୦୦ ଗ୍ରେଡ଼ ପେ ରେ ଥିବା ଅସଂଗତି ଦୂର କରିବା, ବିଏବିପିଇଡିÿ ଓ ବିଏସିପିଇଡ଼ି ଯୋଗ୍ୟତାଧାରୀ କ୍ରୀଡ଼ା ଶିକ୍ଷକମାନଙ୍କର ପଦୋନ୍ନତି, ୪୮ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ସର୍ବୋଚନ୍ୟାୟାଳୟଙ୍କ ନିଦେ୍ର୍ଦଶାନୁସାରେ ଟ୍ରେଣ୍ଡ ଗ୍ରାଜୁଏଟ ଦରମା ପ୍ରଦାନ, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଆଲେଜଡ଼ ଶିକ୍ଷକଙ୍କୁ ଦରମା ପ୍ରଦାନ ଆଦି ଅନ୍ତର୍ଭୁକ୍ତ । ଉପରୋକ୍ତ ଦାବିଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଓଷ୍ଟା ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଂଜନ ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ ମହାପାତ୍ର ଓ ଶଙ୍କର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।