ବିଦ୍ୟାଳୟରେ ‘ସୁରଭି’ କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ ।ା ବୈତରଣୀ ରୋଡ଼: କୋରେଇ ବ୍ଲକ ପ୍ରାଣକୃଷ୍ଣ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ‘ସୁରଭି-୨୦୨୪’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ଖଣ୍ଡାଇଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ପ୍ରତିଯୋଗୀ ଓଡ଼ିଆ ବିତର୍କ, ଚିତ୍ରାଙ୍କନ, କୁଇଜ ଓ ସଙ୍ଗୀତ ଆଦି ପ୍ରତିଯୋଗିତା ହୋଇଥିଲା । ଅନୁଷ୍ଠିତ ପ୍ରିତଯୋଗିତାରେ +୨ର ପ୍ରଥମ ଓ ଦ୍ୱିତୀୟ ବର୍ଷର କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଅଜିତ ପ୍ରସାଦ ସାହୁ, ଅରୁଣ କୁମାର ପଣ୍ଡା, ଅର୍ଜ୍ଜୁନ କୁମାର ସାହୁ, ମନ୍ମଥ କୁମାର ସାହୁ, ଶିଶିର କୁମାର ରାଉତରାୟ, ନିହାର ରଞ୍ଜନ ନାୟକ, ମନୋଜ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଜେନା, ବଳରାମ ଜେନା, ଅଧ୍ୟାପିକା ଲୋପାମୁଦ୍ରା ବେହେରା, ବିଦ୍ୟାଦାତ୍ରୀ ଦାସ, ପ୍ରିୟମ୍ବଦା ରଣା, ଶଶିକଳା ବିଶ୍ୱାଳ ପ୍ରମୁଖ ବିଚାରକ ଭାବେ ରହି ପ୍ରତିଯୋଗିଙ୍କ ଦକ୍ଷତା ନିରୂପଣ କରିଥିଲେ । କାର୍ଯ୍ୟକ୍ରମକୁ ଚିନ୍ମୟ ଜଗଦେବ ସାହୁଙ୍କ ସମେତ ମହାବିଦ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।