କୋଦାଳ ଚୋଟରେ ଭାଇବୋହୂ ମୃତ
ରାୟଗଡ଼ା : କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଢେପାଗୁଡା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି । ଦେଢ଼ଶୁରର କୋଦାଳ ଚୋଟରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତୁ୍ୟ ଘଟିଛି । ମୃତୁ୍ୟ ସ୍ୱାସ୍ଥ୍ୟକର୍ମୀ ଜଣକ ହେଲେ ସୁରେନ୍ଦ୍ରୀ ସାରକା ବୟସ ୪୦ । ସେ କଲ୍ୟାଣସିଂହପୁର ସଦର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ରୂପେ କାର୍ଯ୍ୟରତଥିଲେ । ପୂର୍ବ ଜମି ଜମା ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିଲା । ଉକ୍ତ କଳହକୁ ନେଇ ଆଜି ସକାଳ ସମୟରେ ସୁରେନ୍ଦ୍ରି ସାରକା ନିଜ ଘରେ ରୋଷଇ କରୁଥିବା ସମୟରେ ତାଙ୍କୁ କୋଦାଳ ସାହାଯ୍ୟରେ ମୁଁହ ଓ ମୁଣ୍ଡକୁ ବାରଂ ବାର ହାଣିଥିଲେ । ଦେଢ଼ଶୁରର ଲେତ୍ରା ପ୍ରେପାକା । ପରେ ଖବର ପାଇ ତାଙ୍କ ସ୍ୱାମୀ ପ୍ରେପାକା ବୋଇମାଝି ତାଙ୍କୁ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅପର ପକ୍ଷେ ଅଭିଯୁକ୍ତ ପ୍ରେପାକା ଲେତ୍ରା କଲ୍ୟାଣସିଂହପୁର ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି । ଗାଁରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତଦନ୍ତ ପ୍ରକ୍ରିୟା ସରିଲା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ଏପରି ଜଘନ୍ୟ ହତ୍ୟାକାଣ୍ଡ ପଛରେ ଅନ୍ୟ ଦିଗକୁ ମଧ୍ୟ ତଦନ୍ତ କରାଯିବ ବୋଲି ପୁଲିସ କହିଛି ।