ମନ୍ତ୍ରୀଙ୍କ ଚେତାବନୀ : ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ
ଖଣି ମାଫିଆଙ୍କ ବିରୋଧରେ ହେବ କାର୍ୟ୍ୟାନୁଷ୍ଠାନ । ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ କଡ଼ା ଚେତାବନୀ । ଖଣି ଦୁର୍ନୀତିର ମୂଳୋତ୍ପାଟନ ହେବ ବୋଲି କହିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା । ଖଣି ଦୁର୍ନୀତି ମାମଲାରେ ଥିବା ସମସ୍ତ ଦୋଷୀଙ୍କୁ ଖୋଜି ବାହାର କରାଯିବ ଏବଂ ଆଇନ୍ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଗତକାଲି ଖଣି ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ କରିବ । ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ଏସ୍ଆଇଟି ଗଠନ କରାଯାଇଛି । କନକ ନ୍ୟୁଜ୍ ଲଗାତାର ଦେଢ଼ମାସ ଧରି ସୁନ୍ଦରଗଡ଼ ଖଣି ଚୋରିର ପର୍ଦ୍ଦାଫାସ କରିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣି ଚୋରି ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲରେ ଶହେରୁ ଅଧିକ ଖଣିରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟନ୍ କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି ।