କ୍ରୀଡ଼ା ସଂଘ ପକ୍ଷରୁ ଫୁଟବଲ୍ ମ୍ୟାଚ୍
ନବରଙ୍ଗପୁର : ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ପ୍ରାକ୍ତନ କ୍ରୀଡ଼ାବିତ୍ ଯୋଗ ଦେଇଥିଲେ । ଉକ୍ତ ସଭାରେ ଜିଲ୍ଲାର ବରିଷ୍ଠ ପ୍ରାକ୍ତନ କ୍ରୀଡ଼ାବିତ୍ ନଗେନ୍ଦ୍ର ପଟ୍ଟନାୟକ, ବିପିନ ଗନ୍ତାୟତ, ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ପ୍ରଶାନ୍ତ ବେହେରା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ଫୁଟବଲ୍ କ୍ରୀଡ଼ାବିତ୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଖେଳ ହୋଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କ୍ରୀଡ଼ା ସଂଘ ଉପସଭାପତି ଏମ. ବାଲା କୃଷ୍ଣ ରାଓ, ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ, ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ବେହେରା ସମେତ ଜିଲ୍ଲାର ଅନେକ ବରିଷ୍ଠ ଏବଂ କନିଷ୍ଠ କ୍ରୀଡ଼ାବିତ୍ ଉପସ୍ଥିତ ଥିଲେ ।