ସମାଜସେବୀଙ୍କ ପରଲୋକ
ସୋର : ସୋର ଅଞ୍ଚଳର ବିଶିଷ୍ଟ ରାଜନେତା ତଥା ସମାଜସେବୀ ଯୁଗଳ କିଶୋର ଦାସ ମହାପାତ୍ର(୭୫)ଙ୍କର ପରଲୋକ ହୋଇଯାଇଛି । ସେ ଗତ ୨ ବର୍ଷ ଧରି ରୋଗଶଯ୍ୟାରେ ରହିଥିଲେ । ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସୋର ବିଧାୟକ ମାଧବ ଧଡା, ପୂର୍ବତନ ବିଧାୟକ ପର୍ଶୁରାମ ଧଡା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, କଂଗ୍ରେସ ନେତା ରାଜେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା ଏବଂ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଦାସମହାପାତ୍ର ପ୍ରଥମେ ବିଜେଡି ଏବଂ ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇଥିଲେ । ସେ ଗୋପୀନାଥପୁର ପଞ୍ଚାୟତର ୨ ଥର ସରପଞ୍ଚ, ଥରେ ସମିତି ସଭ୍ୟ ଏବଂ ମହୁମୁହାଣ ପଞ୍ଚାୟତରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡିର ନିର୍ବାଚନ ମଣ୍ଡଳୀ ସଭାପତି, ଏବଂ ବିଜେଡି ସଭାପତି ଏବଂ ବିଜେପିର ସୋର ବ୍ଲକ ସଭାପତି ଭାବେ ଦାୟିତ୍ୱ ବହନ କରିଥିଲେ । ତାଙ୍କ ଉଦ୍ୟମରେ ମଙ୍ଗଳପୁର ବ୍ୟାଙ୍କ ଏବଂ ଅନେକ ଉନ୍ନୟନ କାର୍ଯ୍ୟ ସମ୍ପାଦନ ହୋଇଥିଲା । ସେ ମଙ୍ଗଳପୁର ଭୁୟାଁ ରାଜବଂଶର ବଂଶଧର ଥିଲେ । ତାଙ୍କ ସାନପୁଅ ଅଭିଷେକ ମୁଖାଗ୍ନି ଦେଇଥିବା ବେଳେ ବଡ଼ପୁଅ ଗତିକୃଷ୍ଣ, ଧର୍ମପନôୀ ପୂର୍ବତନ ସରପଞ୍ଚ ଦୁର୍ଗେଶ ନନ୍ଦିନୀ ଦାସ ଏବଂ ପରିବାର ସଦସ୍ୟ ବିଜୟ ଦାସ ମହାପାତ୍ର, ମୀନକେତନ ଦାସ ମହାପାତ୍ର, ଜତିନ୍ଦ୍ର ଦାସ, ସରୋଜ ଦାସ ଏବଂ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
