କ୍ଷତ୍ରୀୟ ସମାଜର ବିଜୟ ଦଶମୀ ପ୍ରସ୍ତୁତି

 ନୂଆପଡା : ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ଆଗାମୀ ବିଜୟ ଦଶମୀ ପ୍ରସ୍ତୁତି ବୈଠକ ଖଡ଼ିଆଳ ସ୍ଥିତ ନୂତନ ଭାବେ ସୃଷ୍ଠି ହୋଇଥିବା ବୁଏରଭଟା ଅଞ୍ଚଳରେ ସମାଜର କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଗଠକ ପରମେଶ୍ୱର ବାରିକ କର୍ମକର୍ତ୍ତାଙ୍କୁ ଆବାହନ କରିଥିବା ବେଳେ ମୁଖ୍ୟ ସଂପାଦକ ଦିଲ୍ଲୀପ କୁମାର ନାଏକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ସହ ସମ୍ପାଦକ ସୁନିଲ କୁମାର ମାଝୀ, ଯୁଗ୍ମ ସମ୍ପାଦକ ଘୁମେଶ ଚଲାନ, ସହ ସଂଗଠକ ବିଭୂତି ଭୂଷଣ ବିଶି, ଯୁଗ୍ମ ସଂଗଠକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଶ୍ରୀବସô ବାରିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ, ପରାମର୍ଶଦାତା ଜିତେନ୍ଦ୍ର ସିଂ ବାରିକ, ଜ୍ଞାନ ପ୍ରକାଶ ସିଂ, ବିଜୟ ପ୍ରତାପ ସିଂ ମହାରଥା, ଅଶ୍ୱିନୀ କୁମାର ପ୍ରଧାନୀ, ମହେଶ୍ୱର ପ୍ରସାଦ ବାରିକ, ରମଣସିଂ ବାରିକ, ବଳଦେବ ରାଉତ, ଖରତ ଚନ୍ଦ୍ର ବାରିକ, ହରି ପଣ୍ଡା, ତୁଳ ସାଗର ରାଉତ, ସୁଶୀଲ କୁମାର ଚଲାନ, ବୃନ୍ଦାବନ ବାରିକ, ନନ୍ଦକିଶୋର ପ୍ରଧାନୀ, ସାଂସ୍କୃତିକ ବିଭାଗ ସଭାପତି ତୁମେଶ୍ୱର ଚଳାନ, ସମ୍ପାଦକ ଅଶୋକ କୁମାର ବାରିକ, ଦେବାନନ୍ଦ ଚଲାନ, ନନ୍ଦକିଶୋର ପ୍ରଧାନୀ, ଦୟାନିଧି ଚଲାନ, ତୀର୍ଥବାସୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ୩୦ଟି ଅଞ୍ଚଳରୁ ସଭାପତି, ଉପସଭାପତି, ସମ୍ପାଦକ, ସହସମ୍ପାଦକ, କୋଷଧକ୍ଷ, କେନ୍ଦ୍ର ସଦସ୍ୟ, ପରାମର୍ଶଦାତା ଓ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇ ଥିବାବେଳେ ବହୁ ସଂଖ୍ୟାରେ ମହିଳାମାନେ ଯୋଗଦାନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ଯୁବ କ୍ରୀଡା  ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସହ ସଂଗଠକ ବିଭୂତି ଭୂଷଣ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୁଏରଭଟା ଅଞ୍ଚଳର ସଭାପତି ଅଶ୍ୱିନୀ ବିଶି, ସମ୍ପାଦକ ଟଙ୍କଧର ବାରିକ, କେନ୍ଦ୍ର ସଦସ୍ୟ ଦୟାନିଧି ବାରିକ, ଫକିର ସେନ ବାରିକ, ସଦସ୍ୟ ସୂର୍ଯ୍ୟନାରାୟଣ ବାରିକ ସମେତ ଗ୍ରାମର ସମସ୍ତ କ୍ଷତ୍ରିୟ ବନ୍ଧୁ ସହଯୋଗ କରିଥିଲେ ।