ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା ଅଭିଯୋଗ; ଶବ ରଖି ରାସ୍ତା ରୋକ୍

ଭୁବନେଶ୍ୱର, ୨ା୨୫ : ବର୍ଷ ଆରମ୍ଭରୁ ଭୁବନେଶ୍ୱରରେ ଯୁବକଙ୍କୁ ବିଭସô ହତ୍ୟା । ହତ୍ୟା ଅଭିଯୋଗ ଆଣିବା ସହ ରାଜରାସ୍ତା ଅବରୋଧ କଲେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ । ପୁନମା ଗେଟ୍ ରେଳ ଧାରଣାରୁ ମିଳିଥିଲା ମୃତଦେହ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଘଟଣାରେ ଛାନବିନ୍ ଆରମ୍ଭ କରିଛି ଏୟାରପୋର୍ଟ ଥାନା ପୁଲିସ । ମୃତ ଯୁବକ ହେଲେ, ସ୍ୱରାଜ ବେହେରା ।
 ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ ଏୟାରପୋର୍ଟ ଥାନା ଅଧିନ ପୁନାମା ଗେଟ୍ ପାଖ ରେଳ ଧାରଣାରୁ ସ୍ୱରାଜ ବେହେରା ନାମକ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ସ୍ୱରାଜଙ୍କ ଶରୀରରେ କିଛି ସ୍ଥାନରେ ଖଣ୍ଡା ଚୋଟ ଥିବାରୁ ଏହା ହତ୍ୟା ବୋଲି ପରିବାର ଲୋକେ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି । ହେଲେ ମାମଲାର ତଦନ୍ତ ଏବେ ଯାଏଁ ଆରମ୍ଭ ହୋଇପାରିନି । ଜିଆରପି ଓ ଏୟାରପୋର୍ଟ ଥାନା ମଧ୍ୟରେ ଟଣା ଓଟରାକୁ ନେଇ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ରେଳ ଧାରଣାରୁ ମୃତଦେହ ମିଳିଥିବା ଯୋଗୁଁ ଏହାର ତଦନ୍ତ ଜିଆରପି କରିବା କଥା କହି ନିଜ ଆଡୁ ଦୋଷ ଛଡାଇ ଦେଇଛି ଏୟାରପୋର୍ଟ ଥାନା ପୁଲିସ । ସେପଟେ ଏୟାରପୋର୍ଟ ଥାନା ପୁଲିସ ତଦନ୍ତ କରିବ କହି ମଧ୍ୟ ଦୋଷ ଖସାଇ ଦେଇଛି ଜିଆରପି ଥାନା । ଜିଆରପି ଥାନା ପୁଲିସ ଅଭିଯୋଗ ରଖିବାକୁ ନାରାଜ  । ଏଭଳି ଘଟଣା ପରେ ଲୋକେ ଓ ମୃତ ଯୁବକଙ୍କ ପରିବାର ରାସ୍ତାରେ ଶବ ରଖି ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ କରାଯିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଠ ହେବ ବୋଲି ପୁଲିସ ସୂଚନା ଦେଇଛି ।