ତିନି ଚୋରା ମଦ ଭାଟି ଉପରେ ବୁଲିଲା ବୁଲ୍ଡୋଜର

ତିନି ଚୋରା ମଦ ଭାଟି ଉପରେ ବୁଲିଲା ବୁଲ୍ଡୋଜର
ତିନି ଚୋରା ମଦ ଭାଟି ଉପରେ ବୁଲିଲା ବୁଲ୍ଡୋଜର

  • ଭୁବନେଶ୍ୱର, ୨୪ା୮ : ଗଞ୍ଜାମରେ ମଦ ମୃତୁ୍ୟ ପରେ ଆକ୍ସନ ମୋଡରେ ମୋହନ ସରକାର । ଓଡ଼ିଶାରୁ କେମିତି ଚୋରା ମଦ କାରବାରକୁ ରୋକିବା ଓ ମଦ ମାଫିଆଙ୍କ ଘରେ ବୁଲଡୋଜର ବୁଲାଇବାକୁ ବିଭିନ୍ନ ଜିଲ୍ଲାର ଏସପି, ଜିଲ୍ଲାପାଳ ମାନଙ୍କୁ କଡ଼ା ନିଦେ୍ର୍ଦଶ ଦିଆଯାଇଛି । ଏନେଇ ଗତ ୭ ଦିନ କାଳ ମଦ ମାଫିଆଙ୍କ ବିରୋଧରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯାଇଛି । ଗତ ୪ ଦିନରେ ବିଭିନ୍ନ ଜିଲ୍ଲାର ପୁଲିସ, ଅବକାରୀ ବିଭାଗ ଟିମ ଗଳି କନ୍ଦିରେ ଚଢ଼ାଉ କରି ମଦ ମାଫିଆଙ୍କୁ ଗିରଫ କରିବା ସହ ହଜାର ହଜାର ଲିଟର ଦେଶୀମଦ, ହାଣ୍ଡିଆ, ପୋଚ ଜବତ କରି ସେମାନଙ୍କ ମଦ ଭାଟି ଓ ଘର ଉପରେ ବୁଲଡୋଜର ବୁଲାଯାଉଛି । ସେହିଭଳି ଆଜି ଭୁବନେଶ୍ୱର ଡ଼ିସିପିଙ୍କ ନେତୃତ୍ୱରେ ୩ଟି ଥାନାର ଅଧିକାରୀ, ୧୦ ଅଫିସର ଓ ୩ଟି ସ୍ପେଶାଲ ଟିମ ଦ୍ୱାରା ସାଲିଆସାହିର ୩ଟି ବସ୍ତିରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଡ଼ିସିପିଙ୍କ ଉପସ୍ଥିତିରେ ୩ଟି ଭାଟି ଉପରେ ଓ ୪ ଜଣ ମଦ ମାଫିଆଙ୍କ ଘର ଉପରେ ବୁଲିଥିଲା ବୁଲଡୋଜର । ଫଳରେ ୩ଟି ଭାଟିରୁ ଜବତ ହୋଇଥିଲା ୧୧.୫୦୦ ଲିଟର ଦେଶୀମଦ, ୫୦ ହଜାର ଲିଟର ପୋଚ । ପରେ ସେ ସବୁ ପୋଚ ଓ ମଦକୁ ନଷ୍ଟ କରାଯିବା ସହ ମଦ ତିଆରି ସାମଗ୍ରୀକୁ ଜବତ କରାଯାଇଛି । ଏହି ସମୟରେ ଚୋରା ମଦ କାରବାର ଚଳାଇଥିବା ମଦ ମାଫିଆମାନେ ଘର ଛାଡି ଫେରାର ହୋଇଯାଇଥିଲେ । ଏନେଇ ପୂର୍ବରୁ ମୈତ୍ରୀବିହାର ଥାନାରେ ୮ଟି ମାମଲା ରୁଜୁ ହୋଇଛି ।
     ସୂଚନା ଯୋଗ୍ୟଯେ, ଶନିବାର ସକାଳ ୮ଟା ବେଳେ ଡ଼ିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ମୈତ୍ରୀବିହାର ଥାନା ଅଧିକାରୀ ଓ ଥାନାର ଟିମ, ୩ଟି ସ୍ପେଶାଲ ଟିମ, ନନ୍ଦନକାନନ ଥାନା ଅଧିକାରିଣୀ ଓ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ମିଳିତ ଭାବେ ସାଲିଆସାହିର ୩ଟି ବସ୍ତିରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଖବର ପାଇ ମଦ ମାଫିଆମାନେ ଘର ଛାଡି ଛତ୍ରଭଙ୍ଗ ଦେଇଥିଲେ । ଯାହାଫଳରେ ୩ଟି ଭାଟିରେ ପୁଲିସ ଚଢ଼ାଉ କରି ୧୧.୫୦୦ ଲିଟର ଦେଶୀମଦ, ୫୦ ହଜାର ଲିଟର ପୋଚ ଓ ମଦ ତିଆରି ବହୁ ଆସବାବପତ୍ରକୁ ଜବତ କରାଯାଇ ସେ ସବୁ ପୋଚ ଓ ମଦକୁ ନଷ୍ଟ କରାଯାଇଥିଲା । ଏହା ସହ ୪ଜଣ କୁଖ୍ୟାତ ମଦ ମାଫିଆଙ୍କ ଘର ଉପରେ ବୁଲଡୋଜର ବୁଲାଇ ଘର ଗୁଡ଼ିକୁ ମାଟିରେ ମିଶା ଯାଇଥିଲା । ଏଭଳି ପୁଲିସ ଓ ଅବକାରୀ ବିଭାଗର ଚୋରା ମଦ ଧରପଗଡ଼କୁ ନେଇ ମଦ ମାଫିଆଙ୍କ ଭିତରେ ଛନକା ପସିଛି । ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଡ଼ିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି ।