ଖରୁଡ଼ା ସମାଜର ବନ୍ଧୁମିଳନ ଓ ଆଲୋଚନାଚକ୍ର
କଟକ : ଜଗନ୍ନାଥ ଉକôଳ ଖରୁଡ଼ା ସମାଜର ବନ୍ଧୁମିଳନ ଓ ଆଲୋଚନାଚକ୍ର କଟକ ନୂଆପଡା ବାଲିସାହି ସ୍ଥିତ ଅଭିରାମ ପରମହଂସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ପ୍ରସନ୍ନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ ଉସôବରେ ରାଜ୍ୟର ବିଭିନ୍ନ ଜିଲ୍ଲା ପେଣ୍ଠ ଶାଖାର ଖଡୁରା ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଖଡୁରା ଜାତିର ପୂର୍ବଜମାନେ ବ୍ୟବସାୟ ବାଣିଜ୍ୟ କରି ରାଜ୍ୟର ସମୃଦ୍ଧିରେ ସହାୟକ ହୋଇଥିବା କିମ୍ବଦନ୍ତୀ ରହିଥିଲେ ମଧ୍ୟ୍ୟ ଆଜି ଏଜାତି ଅବହେଳିତ ଅବସ୍ଥାରେ ରହିଛି । ଖଡୁରା ଜାତିର କୌଳିକ ବୃତ୍ତିର ପୁନ୍ନରୁଦ୍ଦାର ଓ ବିକାଶ ଦିଗରେ ସରକାରୀ ସ୍ତରରେ ସହଯୋଗ ପାଇଁ ସମାଜ ପକ୍ଷରୁ ଦାବି କରାଯାଇଥିଲା । ରକ୍ତଦାନ, ବିବାହ ବନ୍ଧନ, ବୃକ୍ଷ ରୋପଣ ଭଳି ସାମାଜିକ ସେବା କାର୍ଯ୍ୟରେ ଖଡୁରା ସମାଜ ନିଜକୁ ସାମିଲ କରି ବିପଦରେ ପଡ଼ିଥିବା ବହୁ ଲୋକଙ୍କୁ ସେବା ଯୋଗାଇପାରିଛି । ସେବା ଓ ପରୋପକାର ମଣିଷର ଶ୍ରେଷ୍ଠ ଧର୍ମ ତେଣୁ ଖଡୁରା ଜାତି ସମାଜ ସର୍ବଦା ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ବୈଠକରେ ମତପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ବିଜୟ କୁମାର ବେହେରା, ସାମ୍ମନିତ ଅତିଥି ଭାବେ ସମ୍ପାଦକ ହାଡିବନ୍ଧୁ ସାହୁ, ରାଜୀବ ଲୋଚନ ବେହେରା, ରବିନ୍ଦ୍ର ସାହୁ, ହେମନ୍ତ ଦାଶ, ଦେବ ପ୍ରସାଦ ସାହୁ,ଚନ୍ଦନ ମହାରଣା, ନିର୍ମଳ ସାହୁ ପ୍ରମୁଖ ଯୋଗ ଦେଇ ଖଡୁରା ଜାତିର ପୂର୍ବ ଅତିହ୍ୟ ଗୌରବ ସମ୍ପର୍କରେ ଆଲୋକପାତ କରିବା ସହ ଓଡ଼ିଶାରେ ଖଡୁରାମାନଙ୍କୁ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ସାହୁ, ମାନସ ରଞ୍ଜନ ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।