ଦାଦାବଟି ଦାବି କରି ୨ ଗିରଫ


ାା ପ୍ରଭାନୁ୍ୟଜ୍ ।ା ପୁରୀ, ୨୧ା୮: ପୁରୀ ସଦର ଅନ୍ତର୍ଗତ ଚନ୍ଦନପୁର ନିକଟସ୍ଥ ବୀରପ୍ରତାପପୁର ବାଇପାସ୍ ଠାରେ ଥିବା ମା’ ଦକ୍ଷିଣକାଳୀ ଟ୍ରାନ୍ସପୋର୍ଟ ଏବଂ ସର୍ଭିସିଂ ଷ୍ଟେସନକୁ ଯାଇ ୨ଜଣ ଯୁବକ ଦାଦାବଟି ମାଗିବା ସହିତ ସର୍ଭିସିଂ ଷ୍ଟେସନର ମ୍ୟାନେଜରକୁ ଖଣ୍ଡା ଏବଂ ଭୁଜାଲି ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଚନ୍ଦନୁପର ଥାନା ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଚନ୍ଦନପୁର ଥାନା ଅନ୍ତର୍ଗତ ଆପିଲା ଗ୍ରାମର ଦିଲ୍ଲୀପ କୁମାର ସାହୁ ଓରଫ ଦିଲୁ (୩୧) ଓ ଗୋବିନ୍ଦପୁର ଗ୍ରାମର ସମୀର କୁମାର ମଲ୍ଲିକ ଓରଫ ଗୁଡ଼ୁ (୨୩) । ଏ ସଂକ୍ରାନ୍ତରେ ବି.ଏନ୍.ଏସ୍ର ୨୯୬/ ୩୦୮ (୪)/୩୦୮(୫),୩୫୧(୨),୩(୫) ଓ ଅସ୍ତ୍ରଶସ୍ତ୍ର ଆଇନର ୨୫ ଧାରାରେ ୧୮୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଭୁଜାଲି, ଗୋଟିଏ ଖଣ୍ଡା ଓ ଓଡ଼ି-୧୩ୱାଇ-୪୦୦୧ ନମ୍ବର ବିଶିଷ୍ଟ ଏକ କାର୍ ଜବତ କରାଯାଇଛି ।