ଖୁବେଲ ଓ ହୀରାକୁଦରେ ମେରୁଯାତ୍ରାରେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୁବେଲ ଏବଂ ହୀରାକୁଦ ଠାରେ ମେରୁଯାତ୍ରାରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଥମେ ଖୁବେଲ ସ୍ଥିତ ମନ୍ଦିରରେ ମା' ଦକ୍ଷିଣକାଳୀ ଏବଂ ବାବା ସିଦେ୍ଧଶ୍ୱରଙ୍କ ଦର୍ଶନ କରିଥିଲେ । ପରେ ହୀରାକୁଦ ଠାରେ ମା’ ଦଣ୍ଡକାଳୀ ମନ୍ଦିରରେ ଦର୍ଶନ କରିବା ସହ ମେରୁ ଯାତ୍ରାରେ ସମବେତ ଜନସାଧାରଣଙ୍କ ସହ ଯୋଗଦେଇଥିଲେ । ଏହି ଅବସରରେ ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ । ଶିବ ଓ ଶକ୍ତି ଉପାସନାର ପର୍ବ ହେଉଛି ମେରୁ ଯାତ୍ରା । ଏହି ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ହଜାର ହଜାର ସଂଖ୍ୟାରେ ନାଗରିକମାନେ ଏହି ଯାତ୍ରାରେ ଏକାଠି ହେବା ଆମ ସମାଜରେ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକତା ଭାବାବେଗର ପରିଚୟ ଦେଉଛି । ମେରୁ ଯାତ୍ରାରେ ସାମିଲ ହେବା ମୋର ସୌଭାଗ୍ୟ । ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।