ଖୋଲିଲା +୨ ବାଣିଜ୍ୟ ପାଠ୍ୟକ୍ରମ

 ଚମ୍ପୁଆ : ଉପାନ୍ତ ଅଞ୍ଚଳର ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିବା ବେଳେ ସ୍ଥାନିୟ ଅଞ୍ଚଳ ସମେତ ମୟୁରଭଂଜ, ଝାଡଖଣ୍ଡ ଆଦି ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ ଏହି ଶିକ୍ଷା ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରିଆସୁଛନ୍ତି । ୧୯୭୭ ମସିହା ଜୁଲାଇ ୨୫ ତାରିଖ ଦିନ ସ୍ଥାନିୟ ବୁଦ୍ଧିଜିବି ମାନଙ୍କ ପ୍ରଚେଷ୍ଟାରେ ସ୍ଥାପନ ହୋଇଥିବା ଏହି ମହାବିଦ୍ୟାଳୟ ନିଜର ଗାରିମା ବୃଦ୍ଧି କରିଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମହାବିଦ୍ୟାଳୟର ଛାତ୍ର ବୋଲି ଜଣାଶୁଣା । ବିଭିନ୍ନ ବିଭାଗ ନେଇ ଏଠାରେ +୨ ଏବଂ +୩ ପାଠ୍ୟ କ୍ରମ ପରିଚାଳିତ ହୋଇଆସୁଥିବା ବେଳେ ୧୯୭୭ ମସିହାରେ +୨ ବାଣିଜ୍ୟ ବିଭାଗ ଖୋଲିଥିଲେ ମଧ୍ୟ ୨୦୦୫-୬ସୁଧା ବାଣିଜ୍ୟ ବିଭାଗ ପ୍ରତି ଛାତ୍ରଛାତ୍ରୀଙ୍କ ଅନାଗ୍ରହକୁ ଲକ୍ଷ୍ୟ କରି +୨ ବାଣିଜ୍ୟ ବିଭାଗ ବନ୍ଦ ହୋଇଯାଇଥିଲା । ଦୀର୍ଘ ବର୍ଷ ଧରି ଏହି ବିଭାଗ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ +୨ ବାଣିଜ୍ୟ ବିଭାଗ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଚଳିତ ମାସ ୨୩ ତାରିଖ ଦିନ ଏହି +୨ ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲିବା ପାଇଁ ସରକାର ନିଦେ୍ର୍ଦଶ ମିଳିଥିବା ବେଳେ ଛାତ୍ରଛାତ୍ରୀ ମାନେ ସାମସ ମାଧ୍ୟମରେ ଅନଲାଇନ ଦ୍ୱାରା ଆବେଦନ କରିପାରିବେ ବୋଲି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ସୂଚନା ଦେଇଛନ୍ତି ।