ଚୋର ସନେ୍ଦହ କରି ଆକ୍ରମଣ, ଯୁବକ ମୃତ

ଚୋର ସନେ୍ଦହ କରି ଆକ୍ରମଣ, ଯୁବକ ମୃତ


 ବାହାନଗା : ବାଲେଶ୍ୱର ଜିଲ୍ଲା ବରୁଣ ସିଂ ପଂ·ୟତ ପାଟରା ଗ୍ରାମରେ ଏକ ଚୋର ସନେ୍ଦହ କରି ଆକ୍ରମଣରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିବା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ  ବାରିପଦା ସଦର ଥାନା ଟିକରପଡା ଅଞ୍ଚଳର ବାକା ସିଂ ଗତ ୨୪ ତାରିଖରେ ଖଣ୍ଡାପଡା ଥାନାରେ ଅପରାହ୍ନରେ ଉପସ୍ଥିତ ହୋଇ ତାଙ୍କ ପୁଅ ଜାଗରା ସିଂକୁ ଚୋର ଭାବି ପାଟରା ଗ୍ରାମବାସୀ ପ୍ଲାଷ୍ଟିକ୍ ଦଉଡିରେ ବାନ୍ଧି ମାଡ଼ମାରି ଲହୁଲୁହାଣ କରିଥିବା ଅଭିଯୋଗ କରିଥିଲେ ମାତ୍ର ୨୩ ତାରିଖ ଦିନ ସେହି ଗ୍ରାମର ଗ୍ରାମବାସୀ ଚୋର ଭାବି ମାଡ଼ମାରି ଖନ୍ତାପଡା ଥାନାକୁ ଖବର ଦେଇଥିଲେ । ଖନ୍ତାପଡା ପୋଲିସ ଘଟଣା ସ୍ଥଳକୁ ଯାଇ ସେଠାରୁ ମୁକଳାଇବା ସହିତ ଖନ୍ତାପଡା ଗୋଷ୍ଠୀ ସ୍ୱ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।  ତାଙ୍କ ମୁଣ୍ଡରୁ ରକ୍ତଶ୍ରାବ ବନ୍ଦ ନେହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେ ଗତ ୨୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଖବରପାଇ କଟକ ମଙ୍ଗଳାବାଗ ପୋଲିସ ଘଟଣା ସ୍ଥଳରେ ପଂହଛି ୬୩୭/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ।ଏହାକୁ ଖନ୍ତାପଡା ଥାନା ଅଧିକାରୀ ବୀରଞ୍ଚି ସାହୁ ଘଟଣାଟିକୁ ଗୁରୁତର ସହ ନେଇ ସାତ ଜଣକୁ ଗିରଫ କରିବା ସହିତ କେସ ନମ୍ବର ୬୩/୨୪ରେ ୩୦୨/୩୪ ହତ୍ୟା ମାମଲା ରୁଜୁ କରି ରବିବାର ବି·ର ବିଭାଗୀୟ ହାଜତକୁ ପଠାଇବା ସହିତ ଏକ ବାଉଁଶ ବାଡ଼ି ଓ ପ୍ଲାଷ୍ଟିକ ଦଉଡିକୁ ଜବତ କରିଛି ।