ଗଛକୁ ପିଟିଲା କାର ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

 ନୀଳଗିରି : ନୀଳଗିରି ବ୍ଲକ୍ ଅନ୍ତର୍ଗତ ଗରଡିହି  ପଞ୍ଚାୟତର କଳାକାଦ ଓ ଗରଡିହି ଛକ ମଧ୍ୟରେ ଗତକାଲି ବିଳମ୍ୱିତ ରାତିରେ ବାଲେଶ୍ୱରରୁ ଉଦଳା ଅଭିମୁଖେ ଯାଉଥିବା ଓଡି୦୧ଏୱାଇ୮୯୯୦ ନମ୍ବର ବିଶିଷ୍ଠ ଏକ କଳା ରଙ୍ଗର  ଭେରନା କାର ରାସ୍ତା କଡ଼ରେ ଥିବା ଏକ ବଡ ଆମ୍ବଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ଜଣାପଡିଛି । ଏୟାର ବ୍ୟାଗ ପାଇଁ ଡ୍ରାଇଭର ଜଣକ ମୃତୁ୍ୟ  ମୁଖର ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଗାଡିଟି ଗଛକୁ ପିଟିବା ଫଳରେ ଗାଡିର ଧୂଆଁରେ ସ୍ଥାନଟି ଧୂଆଁମୟ ହୋଇଯାଇଥିଲା । ଗାଡିର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଁଚି ଡ୍ରାଇଭରକୁ ଗାଡି ଭିତରୁ ବାହାର କରିଥିଲେ ।