ଗଣମାଧ୍ୟମ ପ୍ରତିନିଧିମାନେ ଜଣାଇଲେ ଶ୍ରଦ୍ଧାଞ୍ଜଳି
ପୁରୀ : ଦୈନିକ ଖବର କାଗଜ ପ୍ରମେୟର ପୁରୀ ଜିଲ୍ଳା ପ୍ରତିନିଧି ବିକ୍ରମ କେଶରୀ ଆଚାର୍ଯ୍ୟଙ୍କ ଆକସ୍ମିକ ବିୟୋଗରେ ପୁରୀର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ନାୟକ ପ୍ଲାଜା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବିକ୍ରମଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ରଣଜିତ୍ ମିଶ୍ର, ଫଟୋ ସାମ୍ବାଦିକ ସାଗର ମଲ୍ଲିକ, ସାମ୍ବାଦିକ ପ୍ରତାପେଶ୍ୱର ଶତପଥୀ, ବିକ୍ରମ ବେହେରା, ପ୍ରଦୀପ କୁମାର ନାୟକ, ହିମାଂଶୁ ଶେଖର ମହାନ୍ତି, ଫଟୋ ସାମ୍ବାଦିକ ବିକାଶ ପୃଷ୍ଟି, ଜଗବନ୍ଧୁ ଜେନା, ସାମ୍ବାଦିକ ଶକ୍ତିପ୍ରସାଦ ମିଶ୍ର, ସରୋଜ ମଲ୍ଲିକ, ଧୀରେନ୍ କୁମାର ପାଢୀ, ଅନନ୍ତ ପ୍ରସାଦ ସିଂ, ଶିବକିଶୋର ପଲେଇ, ସନ୍ତୋଷ କୁମାର ବରାଳ, ହେମନ୍ତ ନାୟକ, ଗଣେଷ ଚନ୍ଦ୍ର ଦାସ, କାର୍ତ୍ତିକ ସେନାପତି, ଜଜେ୍ଞଶ୍ୱର ମହାନ୍ତି, ସମୀର କୁମାର ଦାସ, ଅନୀଲ କୁମାର ସାହୁ, ହକର୍ ଆସୋସିଏସନ କର୍ମକର୍ତ୍ତା ସାନ୍ତନୁ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ରଂଜନ କୁମାର ଗାଙ୍ଗୁଲି, ଲିନୁ ନାୟକ, ନୁପୂର ପ୍ରିୟଦର୍ଶିନୀ ପୃଷ୍ଟି, ରାଜଶ୍ରୀ ସାହୁ, ବିସାଲ ମହାନ୍ତି, ଶ୍ୟାମକାହ୍ନା ପଟ୍ଟନାୟକ, ସଞ୍ଜୟ ମହାପାତ୍ର, ଅକ୍ଷୟ ମିଶ୍ର, ସମାଜସେବୀ ସିଦ୍ଧାର୍ଥ ରାୟ, ସାମ୍ବାଦିକ ଅଜିତ୍ ମହାନ୍ତି, ବିଷ୍ଣୁଦତ୍ତ ଦାଶ, ଦିବ୍ୟରଂଜନ ବିଶୋଇ, ସୌମିତ୍ର ହରିଚନ୍ଦନ, ଜିତେନ୍ଦ୍ର ମିଶ୍ର, ଶୈଳେନ୍ଦ୍ର ଆଚାର୍ଯ୍ୟ, ତୁଷାରକାନ୍ତି, ସମାଜସେବୀ ସୋମନାଥ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱର୍ଗତ ଆଚାର୍ଯ୍ୟ ଜଣେ ମିଷ୍ଟଭାଷୀ, ପରୋପକାରୀ, ନିଷ୍ଠାପର ଯୁବ ସାମ୍ବାଦିକ ଥିଲେ ବୋଲି ପ୍ରକାଶ କରିବା ସହ ତାଙ୍କର ବିୟୋଗରେ ପୁରୀ ଜିଲ୍ଳା ସାମ୍ବାଦିକ ମହଲରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କର ସ୍ମୃତି ଉଦେ୍ଦଶ୍ୟରେ ଏକ ସ୍ମରଣିକା ଉନ୍ମୋଚିତ ହେବ ବୋଲି ସ୍ମୃତିସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।