ଗଣିତ ବିଭାଗର ଆଲୋଚନାଚକ୍ର


ାା ପ୍ରଭାନୁ୍ୟଜ୍ାା କେନ୍ଦ୍ରାପଡା: କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଗୋପ ସ୍ଥିତ ତୁଳସୀ ମହିଳା ମହା ବିଦ୍ୟାଳୟରେ ଗଣିତ ବିଭାଗ ଆନୁକୁଲ୍ୟରେ “ନୁ୍ୟମରିକାଲ୍ ଆନାଲିସିସ୍” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ର ଗଣିତ ବିଭାଗର ପୂର୍ବତନ ସହଯୋଗୀ ପ୍ରଫେସର୍ ଡ଼ ନବଘନ ସାମଲ ଏବଂ ପୂର୍ବତନ ପ୍ରଫେସର୍ ବିଜୟ କୁମାର ଦାସ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ “ନୁ୍ୟମରିକାଲ୍ ଆନାଲିସିସ୍”ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦନ କରିଥିଲେ । ବିଭାଗର ମୂଖ୍ୟା ପ୍ରାଧ୍ୟାପିକା ଜ୍ୟୋତ୍ସ୍ନାମୟୀ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇ.କୁ୍ୟ.ଏସିର ସଂଯୋଜକ ଡ଼ ମଥୁରୀ ଚରଣ ନାୟକ ଆଲୋଚନା ଚକ୍ରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ନିବେଦିତା ନାୟକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରାଜେନ୍ଦ୍ର କୁମାର ସାହୁ, ରଞ୍ଜିତ୍ ଦାସ, ବ୍ରହ୍ମାନନ୍ଦ ସେଠୀ, ମୋହିତ୍ ମହାପାତ୍ର, ଅଧ୍ୟାପିକା ପ୍ରଜ୍ଞାପାରମିତା ପଣ୍ଡା, ଲିପିକା ରାଉତ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଓ ମହା ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।