କନିକା ସାହିତ୍ୟ ପରିଷଦର ବିଷୁବ ମିଳନ 

 ରାଜକନିକା : ରାଜକନିକା ବ୍ଲକ ଅଶୋକ ବଜାର ସ୍ଥିତ ମା କନକେଶ୍ୱରୀ ଦୁର୍ଗା ମନ୍ଦିରରେ କନିକା ସାହିତ୍ୟ ସଂସ୍କୃତି ପରିଷଦର ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିରେନମିତ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାହିତି୍ୟକ ଯୋଗଦେଇ ପରସ୍ପର ମଧ୍ୟରେ ଯୋଗସୁତ୍ର ରହିଲେ ହି ସାହିତ୍ୟ ସାଧନାର ମୂଳମନ୍ତ୍ର ହେବ, ସେଥିପାଇଁ ପ୍ରତ୍ୟେକ ଋତୁ ପର୍ବରେ ବନ୍ଧୁ ମିଳନର ହି ଆବଶ୍ୟକତା ରହିଥାଏ ବୋଲି ବହୁ ସାହିତି୍ୟକ ମତବ୍ୟକ୍ତ କରିଥିଲେ । ସମ୍ପାଦକ ପତିତପାବନ ବେହେରା ସ୍ୱାଗତ ଭାଷଣରେ ଅନୁଷ୍ଠାନକୁ ସୁଦୃଢ କରିବାକୁ ହେଲେ ପ୍ରଥମେ ଅଧିନିୟମ ସହିତ ନିଜକୁ ଜଡିତ କରିବା ଓ ମିଳିତ ଭାବେ ସମସ୍ତ କାର୍ଯ୍ୟ କରିବାକୁ ସମସ୍ତ ସଦସ୍ୟକୁ ଅନୁରୋଧ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ ପ୍ରଥମେ ତ୍ୟାଗ, ନିଷ୍ଠା ଓ ଅଙ୍ଗିକାରଣର ଆବଶ୍ୟକତା ହିଁ ଜରୁରୀ ବୋଲି ଅନୁଷ୍ଠାନ ସଦସ୍ୟ ନବକିଶୋର ସୁତାର ମତବ୍ୟକ୍ତ କରିଥିଲେ । ମୁଖ୍ୟ ପରାମର୍ଶଦାତା ପ୍ରଫେସର ବୈକୁଣ୍ଠ ନାଥ ପରିଡା ପରିଷଦକୁ ଏବଂ ଓଡ଼ିଶା ରାଜ୍ୟର ଭାଷାସାହିତ୍ୟ ଓ ସଂସ୍କୃତିକୁ କିପରି ସର୍ବାଗ୍ରେ ପରିଗଣିତ ହେବ ତାକୁ ନେଇ ବିଭିନ୍ନ ଉଦାହରଣ ଦେଇ ନିଜର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ରୀତିକବି ଦୟାନିଧି ଦାସ, ନାଟ୍ୟକାର ଗୟାଧର ନାଥ, କବି ପ୍ୟାରୀମୋହନ ସ୍ୱାଇଁ, ମଦନ ମୋହନ ଦାସ, ଖଗେଶ୍ୱର ପଢିହାରୀ, ମନୋଜ ସେନାପତି, ଚିଦାମ୍ବର ପତି, ଲଷ୍ମୀଧର ମିଶ୍ର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଜନ୍ମେଜୟ ମହାନ୍ତି, ଦିପ୍ତିକାନ୍ତ ମିଶ୍ର, ଶରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।