ଗଣେଶ ପୂଜା ନେଇ ଚଳଚଞ୍ଚଳ ବ୍ରହ୍ମଗିରି
ବ୍ରହ୍ମଗିରି : ଗଣେଷ ପୂଜା ପାଇଁ ବ୍ରହ୍ମଗିରି ଅଞ୍ଚଳ ଚଳଚଞ୍ଚଳ ରହିଛି । ବିଭିନ୍ନ ଅନୁଷ୍ଠାନ ତରଫରୁ, ପୂଜା ପାଇଁ ତୋରଣ ସୁସଜ୍ଜିତ କରାଯାଇଛି । ସ୍କୁଲ କଲେଜରେ ମଧ୍ୟ ବିଘ୍ନେଶ୍ୱରଙ୍କ ପୂଜା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଲାଗି ପଡିଛନ୍ତି । ପଣସପଦା ପାଲା ମଣ୍ଡପ ଅନୁଷ୍ଠାନ ତରଫରୁ ଯାକ ଯକମରେ ଗଣେଷ ପୂଜା ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି । ଯଦି ପାଗ ଅନୁକୂଳ ରହେ ତା ହେଲେ ଏ ବର୍ଷ ସବୁ ଠିକ ଠାକ୍ ରେ ପ୍ରସ୍ତୁତ ଭାବ ବୋଲି ବଜାର ର ଯୁବ ବାବସାୟୀ ସୁରିଲ ସାହୁ, ଲଳିତ ପ୍ରଧାନ, କାର୍ତ୍ତିକ ସାହୁ ମତ ପ୍ରକାଶ କହିଛନ୍ତ । ସାତପଡା ଠାରେ ମଧ୍ୟ ରୋମିଓ କ୍ଲବ, ଫେଣ୍ଡସ କ୍ଲବ ତରଫରୁ ଗଣେଷ ପୂଜା ପାଳନ କରିବା ପାଇଁ ପିଲାଙ୍କ ମନରେ ଉତ୍ସାହ ରହିଛି ରହିଥିବା କହିଛନ୍ତି ସମାଜସେବୀ ଫାଲଗୁନି ଜାଲି । ଏହା ସହିତ ଖଜୁରିଆ, ଡିମ୍ବିରି, ହଳଦିଆ ଆରେଡା, ଗାଁର ଗଣେଷ ପୂଜା ଏବର୍ଷ ବିଗତ ବର୍ଷ ଠାରୁ ଟିକିଏ ଭଲ ଭାବରେ ସାଜସଜ୍ଜାର ଆୟୋଜନ କରାଯାଇଥିବା ପୂର୍ବତନ ଓାର୍ଡମେମ୍ବର ସହଦେବ ସାହୁ କହନ୍ତି ।