ଭାରତୀୟ କମୁ୍ୟନିଷ୍ଟ ପାର୍ଟି କମିଟି ବୈଠକ 

ନୀଳଗିରି : ନୀଳଗିରି ସହର ବାଇପାସ ଛକ ନିକଟସ୍ଥ ବନମାଳୀ ଭବନ ପରିସରରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଦଳର ବରିଷ୍ଠ ନେତା ସୀତାରାମ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ନିରଞ୍ଜନ ବାରିକ, ଜୋନ ସମ୍ପାଦକ ବିଜୟ କୁମାର ମଞ୍ଚାସୀନ ହୋଇ ସ୍ଥାନୀୟ ସମସ୍ୟା ଆଲୋଚନା କରିଥିଲେ  । ପାଟପୁର ଶାଖା ସମ୍ପାଦକ ହରେକୃଷ୍ଣ ପଣ୍ଡିତ, ଦକ୍ଷିଣ ନରସିଂହପୁର ଶାଖା ସମ୍ପାଦକ ଦେବେନ୍ଦ୍ର ବେହେରା, ମହିଳା ଶାଖା ସମ୍ପାଦିକା ଗାୟତ୍ରୀ ପଣ୍ଡାଙ୍କ ସମେତ ବିକ୍ରମ ମିଶ୍ର, ନଟବର ନାୟକ, ନିରଞ୍ଜନ ଜେନା, ବାସନ୍ତୀ ନାୟକ ପ୍ରମୁଖ ଜୋନ କମିଟି ସଭ୍ୟ/ସଭ୍ୟା ଉପସ୍ଥିତ ରହି ଈକୋ ସେନସିଟିଭ୍ ଜୋନ୍ ହଟିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରିରହିବା ନେଇ ନିଷ୍ପତି ଗ୍ରହଣ କରିଥିଲେ  । ଉପଖଣ୍ଡର ପ୍ରତ୍ୟେକ ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନରେ ଦୁର୍ନୀତି ବିରୁଦ୍ଧରେ ଉକ୍ରଳ ମହିଳା ସମିତି ନେତ୍ରୀ ଗାୟତ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତନିଧି ମଣ୍ଡଳୀ ନୀଳଗିରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ନେଇ ପ୍ରସ୍ତାବ ଆଗତ ହୋଇଛି ।