ଗତ ୧୫ ମାସରେ ଭିଜିଲାନ୍ସ ବିଭାଗ ଧରିଛି ୧୯୯ ସରକାରୀ ବାବୁ

ଗତ ୧୫ ମାସରେ ଭିଜିଲାନ୍ସ ବିଭାଗ ଧରିଛି ୧୯୯ ସରକାରୀ ବାବୁ

ଭୁବନେଶ୍ବର : ଗତ ୧୫ ମାସରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ୧୯୯ ଜଣ ସରକାରୀ ବାବୁ । ଏନେଇ ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୧୫ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଓ ଲାଞ୍ଚ ନେବା ଅଭିଯୋଗରେ ୧୨୨ଟି ମାମଲା ରୁଜୁ ହୋଇଛି । ଭିଜିଲାନ୍ସ ମୋଟ ୨୦୨ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି । 

ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀ  ଯେ ୨୦୨୪ ଜୁନ ମାସରୁ ଏଯାବତ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଲ ଓ ଲାଞ୍ଚ ଅଭିଯୋଗରେ କେତୋଟି ମାମଲା ରୁଜୁ କରିଛି ଓ କେତେ ପରିମାଣର ସମ୍ପତ୍ତି ଜବତ କରିଛି ବୋଲି ପ୍ରଶ୍ନ କରିଥିଲେ। ଏନେଇ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ୭୨୨ଟି ମାମଲା ତଦନ୍ତ ଚାଲିଛି । ୨୦୨୪ ଜୁଲାଇ ୧ ରୁ ଏଯାବତ ୭୭ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଏବଂ ମୋଟ୍‌ ୨୦୨.୫୮ କୋଟିର ଆୟ ବର୍‌ହିଭୁତ ସମ୍ପରି ଜବତ କରିଛି। ଏଥିରୁ ୮.୩୮କୋଟି ନଗଦ ରାଶି, ୨୧୮ଟି ଫ୍ଲାଟ, ୭୭୫ ଗୋଟି ପ୍ଲଟ, ୧୬ ସୁନା ବିସ୍କୁଟ ସହ ୨୫ କିଲୋ ୫୫୩ ଗ୍ରାମର ସୁନା ଅଳଙ୍କାର, ୧୩ ଫାର୍ମ ହାଉସ, ୪୪.୨୧ କୋଟିର ବ୍ୟାଙ୍କ ଜମା ଏବଂ ୪୩.୦୨ କୋଟିର ବିମା ରାଶି ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ ମୋଟ ୭୮୫ ଜଣଙ୍କ ବିରୁଦ୍ଧରେ ଅଭିଯୋଗଫର୍‌ଦ୍ଦ ଦାଖଲ ହୋଇଥିବା ବେଳେ ୧୭୦ ଲୋକଙ୍କୁ ଦଣ୍ଡିତ କରାଯାଇଛି ।