ତିଆନଜିନ୍‌ର ସନ୍ଦେଶ

ସୌମେନ୍ଦ୍ର ଜେନା : ଚୀନର ତିଆନଜିନ ସହରରେ ସାଂଘାଇ ସହଯୋଗ ସଂଗଠନର ୨୫ତମ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୩୧-୧ ସେପ୍ଟେମ୍ବର୨୦୨୫ରେ ଅନୁଷ୍ଠିତ ଏହି ବୈଠକରେ ପହଲଗାମ ଘଟଣାର ନିନ୍ଦା କରାଯିବା ସହ ଗ୍ୱାଙ୍ଗଡାଓ ଆଲୋଚନାର ବିଫଳତାକୁ ଦୂର କରାଯାଇଛି । ଗ୍ୱାଙ୍ଗଡାଓରେ ପାକିସ୍ଥାନ ·ପରେ ମିଳିତ ଘୋଷଣାନାମାରେ ପହଲଗାମ ଘଟଣାକୁ ଉଲ୍ଲେଖ କରାନଯିବା କାରଣରୁ ଭାରତ ସେହି ଘୋଷଣାନାମାରୁ ଓହରି ଆସିଥିଲା । କିନ୍ତୁ ତିଆନଜିନ ଆଲୋଚନାକୁ ସଫଳ କରିବାକୁ ଚୀନ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା । ଏହି ବୈଠକର ସଫଳତାକୁ ସାରାବିଶ୍ୱକୁ ଜଣାଇ ଚୀନ ନୂଆ ବିଶ୍ୱବ୍ୟବସ୍ଥାର ଗଠନରେ ସଂଗଠନର ସ୍ଥିତିକୁ ଦର୍ଶାଇବା ପାଇଁ ·ହିଁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଉପସ୍ଥିତି ସତ୍ତେ୍ୱ ମିଳିତ ଘୋଷଣାରେ ପହଲଗାମ ଘଟଣାର ନିନ୍ଦା ପ୍ରସ୍ତାବକୁ ସ୍ଥାନ ଦେବାକୁ ବାଧ୍ୟ ହୋଇଥିଲା ।କୌଣସି ପ୍ରକାରେ ଭାରତ ଯେପରି ପଛକୁ ନଯାଏ ସେଥିପାଇଁ ଚୀନ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା । ଆମେରିକାର ଶୁଳ୍କ ଯୁଦ୍ଧ, ଟ୍ରମ୍ପଙ୍କ ମୂର୍ଖତାପୂର୍ଣ୍ଣ ମିଛବୟାନ, ଆମେରିକାର ସୁରକ୍ଷା ପରାମର୍ଶଦାତା ପିଟର ନୋଭାରୋଙ୍କ ଗାତ୍ରଦାହପୂର୍ଣ୍ଣ ତେଲ ବିକ୍ରିରୁ ବ୍ରାହ୍ମଣମାନେ ଲାଭ ପାଉଥିବା ବୟାନକୁ ଏହି ବୈ÷ଠକ ଚରମବାର୍ତ୍ତା ଶୁଣାଇଛି । ପାଶ୍ଚାତ୍ୟ ଜଗତର ଧୁରୀପଣିଆକୁ  ଏହି ବୈ÷ଠକ ସିଧାସିଧା ଖାରଜ କରିଦେଇଛି । 

ବିଶ୍ୱ ଜନସଂଖ୍ୟାର ୬୦ ପ୍ରତିଶତ ସଂଖ୍ୟକ ଲୋକଙ୍କ ରାଷ୍ଟ୍ରଙ୍କର ଏହି ସଂଗଠନ କିପରି  ବିଶ୍ୱରେ ଶାନ୍ତି, ସହଯୋଗ, ବାଣିଜ୍ୟ, ସୁରକ୍ଷା, ଜନବିକାଶକୁ ଗୁରୁତ୍ୱ ଦେଇଛି ତାହା ବିଶ୍ୱର ଗଣମାଧ୍ୟମଗୁଡିକରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ତିଆନଜିନ ସହରରେ ହେଉଥିବା ଏସ୍‌ସିଓ ବୈ÷ଠକ ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚୀନରେ ଲାଲ କାର୍ପେଟର ସ୍ୱାଗତ କରାଯାଇଥିଲା । ଭାରତୀୟ ନୃତ୍ୟ ଓ ସଂଗୀତରେ ସ୍ଥାନୀୟ କଳାକାରମାନେ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତକୁ ସ୍ଥାନୀୟ ଲୋକମାନେ ଉତ୍ସାହର ସହ ସ୍ୱାଗତ କରିବା ଦେଖାଯାଇଥିଲା । ତେବେ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କହିଥିଲେ ଯେ ସୁରକ୍ଷା, ଶାନ୍ତି ଓ ସ୍ଥିରତା କୋ÷÷ଣସି ଦେଶର ବିକାଶର ଭିତ୍ତିଭୂମି ହୋଇଥାଏ । କିନ୍ତୁ ସନ୍ତ୍ରାସବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ଏହାର ମୁଖ୍ୟ ପ୍ରତିବନ୍ଧକ । ସନ୍ତ୍ରାସବାଦ କୈାଣସି ରାଷ୍ଟ୍ରପାଇଁ ଖାଲି ସୁରକ୍ଷା ପାଇଁ ଆହ୍ୱାନ ନୁହେଁ , ସମଗ୍ର ମାନବସମାଜ ପାଇଁ ମଧ୍ୟ ଆହ୍ୱାନ । ସେଥିପାଇଁ ଆମେ କହିଛୁ ଯେ ସନ୍ତ୍ରାସବାଦ ମାମଲାରେ କୈାଣସି ପ୍ରକାର ଦୋହରା ମାପଦଣ୍ଡକୁ ଗ୍ରହଣ କରାଯାଇପାରିବ ନାହିଁ । ସମସ୍ତ ପ୍ରକାର ସନ୍ତ୍ରାସବାଦକୁ ଆମକୁ ବିରୋଧ କରିବାକୁ ହେବ । ମାନବଜାତି ପାଇଁ ଏହା ଆମର କର୍ତ୍ତବ୍ୟ । ଏହାଛଡା ଚୀନର ବେଲ୍ଟ ଏଣ୍ଡ୍‌ ରୋଡ ପ୍ରକଳ୍ପ ସଂପର୍କରେ ଶ୍ରୀ ମୋଦି ଚୀନର ଆଭିମୁଖ୍ୟକୁ ସମାଲୋଚନା କରି କହିଥିଲେ ଯେ ଯୋଗାଯୋଗ ସବୁବେଳେ ସାର୍ବଭୋ÷÷ମତ୍ୱ ଏବଂ ପରିସୀମାଗତ ଅଖଣ୍ଡତାକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍‌ । ଏହା ସାଂଘାଇ ସହଯୋଗ ସଂଗଠନର ମୂଳନୀତିରେ ଉଲ୍ଲେଖ ରହିଛି । ସାର୍ବଭୋ÷÷ମତ୍ୱକୁ ଏଡାଇଦେଇ ଯେଉଁ ଯୋଗାଯୋଗ ପାଇଁ ପ୍ରୟାସ କରାଯାଏ ତାହା ମୂଲ୍ୟ ଓ ବିଶ୍ୱାସ ହରାଇ ବସିଥାଏ । 


ଚୀନର ବେଲ୍‌ଟ ଏଣ୍ଡ୍‌ ରୋଡ ଏବଂ ଭାରତର ଯୋଗାଯୋଗ ନୀତିର ଫରକକୁ ଦର୍ଶାଇ ମୋଦି ପୁଣି କହିଥିଲେ ଯେ ଭାରତର ବି·ରରେ ଯୋଗାଯୋଗ କେବଳ ବାଣିଜ୍ୟ ନୁହେଁ ବିଶ୍ୱାସ ଓ ବିକାଶକୁ ନିଶ୍ଚିତ କରିଥାଏ । ସେଥିପାଇଁ ଆମେ ·ବହର ଏବଂ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ଆର୍ôଥକମାର୍ଗକୁ ନେଇ କାର୍ଯ୍ୟକରୁଛୁ, ଯାହା ଆଫଗାନିସ୍ଥାନ ଏବଂ କେନ୍ଦ୍ର ଏସିଆର ଯୋଗାଯୋଗକୁ ମଜଭୁତ କରିବ । ମିଳିତ ଘୋଷଣାନାମାରେ ଉଲ୍ଲେଖ କରାଯାଇଥିଲା “ସଦସ୍ୟ ରାଷ୍ଟ୍ରମାନେ ୨୨ ଏପ୍ରିଲ ୨୦୨୫ରେ ପହଲଗାମଠାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ସେମାନେ ମୃତାହତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି”ା ଆକ୍ରମଣର ଷଡଯନ୍ତ୍ରକାରୀ, ସହଯୋଗୀ ଏବଂ ଘଟଣାକୁ ସଂଗଠିତ କରିଥିବା ଲୋକମାନଙ୍କୁ ଉଚିତ ନ୍ୟାୟିକ ଦଣ୍ଡ ଦେବାଲାଗି ସେହି ମିଳିତ ଘୋଷଣାନାମାରେ ପ୍ରକାଶ କରାଯାଇଥିଲା । 

ଏହି ଶିଖର ବୈ÷ଠକ ପରେ ଭାରତ-ରୁଷିଆ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରୁଷିଆର ରାଷ୍ଟ୍ରପତି ପୁତିନ ଗୋଟିଏ କାରରେ ବସି  ଯାତ୍ରା କରିଥିଲେ । ମୋଦିଙ୍କୁ ସାଙ୍ଗରେ ନେବାପାଇଁ ପୁତିନ ପ୍ରାୟ ୧୦ମିନିଟ୍‌ ଧରି କାର ଭିତରେ ଅପେକ୍ଷା କରିଥିଲେ । ଦୁଇନେତାଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଆଲୋଚନାସ୍ଥଳୀ ହୋଟେଲକୁ ଯିବା ବାଟରେ ହୋଇଥିଲା । ଏପରିକି ହୋଟେଲରେ ପହଞ୍ôଚବା ପରେ ମଧ୍ୟ ଦୁଇନେତା ପ୍ରାୟ ୪୫ମିନିଟ୍‌ ଧରି କାର୍‌ ଭିତରେ ଆଲୋଚନା କରିଥିଲେ । ଆଲୋଚନାକୁ ଗୋପନ ରଖିବା ପାଇଁ ଏହି କୋଶଳକୁ ପୁତିନ ଗ୍ରହଣ କରିଥିବା କଥା କୁହାଯାଉଛି । କାରଣ ଦୁଇନେତାଙ୍କ ମଧ୍ୟରେ ବାହାର ଆଲୋଚନା ଉପରେ ଚୀନର ନଜର ରହିଥିବା ହେତୁ ପୁତିନ ନିଜ କାରକୁ ଏଥିପାଇଁ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନ ବୋଲି ମନେ କରିଥିଲେ । ପୁତିନଙ୍କ ଅରୁସ ଲିମୋସିନ ଗାଡିରେ ଦୁଇନେତାଙ୍କ ମଧ୍ୟରେ ବିଶ୍ୱର ବିବିଧ ସମସ୍ୟା ଏବଂ ଭାରତ-ରୁଷିଆର ଆଭିମୁଖ୍ୟ, ଚୀନ ଓ ଆମେରିକାର ରଣକୋ÷÷ଶଳ ବିଷୟରେ ଆଲୋଚନା ହୋଇଥିବା ସଂପର୍କରେ ରୁଷିଆର ରାଷ୍ଟ୍ରୀୟ ବେତାର ସଂସ୍ଥା ଭେଷ୍ଟିଏଫଏମ୍‌ ପ୍ରକାଶ କରିଛି । ପରେ କ୍ରେମଲିନ କର୍ତ୍ତୃପକ୍ଷଙ୍କ ପ୍ରବକ୍ତା ଦିମିତ୍ରୀ ପେସ୍‌କୋଭ ଦୁଇନେତାଙ୍କ ମଧ୍ୟରେ ପ୍ରାୟ ଏକଘଣ୍ଟାକାଳ ମୁହାଁମୁହିଁ ଆଲୋଚନା ହୋଇଥିବା କଥା ସ୍ୱୀକାର କରିଥିଲେ । ମସ୍କୋର ଗଣମାଧ୍ୟମର ଖବର ଅନୁଯାୟୀ ମୋଦି ଓ ପୁତିନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ଅନ୍ୟମାନଙ୍କ ଦୃଷ୍ଟିକୁ ଏଡାଇବାକୁ ଚେଷ୍ଟା କରାଯାଇଥିଲା । ଏହି ଆଲୋଚନା ବେଳେ କେବଳ ଦୁଇନେତା ହିଁ ଉପସ୍ଥିତ ଥିଲେ ।  ଦ୍ୱିପାକ୍ଷିକ ଆଲୋଚନା ବେଳେ ରଣନୀତିକ ସଂପର୍କକୁ ସୁଦୃଢ କରାଯିବା ବିଷୟରେ ଅଧିକ କଥାବାର୍ତ୍ତା ହୋଇଥିଲା । ଏଥିରେ ଆର୍ôଥକ, ଶକ୍ତିକ୍ଷେତ୍ର, ମୁଦ୍ରା ବିନିମୟ ସଂପର୍କରେ ଅଧିକ ଆଲୋଚନା ହୋଇଥିଲା । ଆସନ୍ତା ଡିସେମ୍ବର ୨୦୨୫ରେ ଦୁଇ ଦେଶ ମଧ୍ୟରେ ୨୩ତମ ଦ୍ୱିପାକ୍ଷିକ ଆଲୋଚନା ଭାରତରେ ଅନୁଷ୍ଠିତ ହେବାକୁ ଥିବାରୁ ଭାରତର ୧୪୦ କୋଟି ଜନତା ଆଗ୍ରହରେ ପୁତିନଙ୍କ ଆଗମନକୁ ଅପେକ୍ଷା କରିଥିବା କଥା ମୋଦି ପୁତିନଙ୍କୁ ନିମନ୍ତ୍ରଣ ଦେବାବେଳେ କହିଥିଲେ । 

ଭାରତ-ଚୀନ ମଧ୍ୟରେ ସୀମାସମ୍ବନ୍ଧ ଖରାପ ହେବାଯୋଗୁ ମୋଦି ପ୍ରାୟ ୭ବର୍ଷ ଧରି ଚୀନ ଗସ୍ତରେ ଯାଇନଥିଲେ । କିନ୍ତୁ ଏହି ଗସ୍ତ ପରେ ଦୁଇ ରାଷ୍ଟ୍ର “ଶତ୍ରୁ ନୁହେଁ,ସହଯୋଗୀ” ଭୂମିକାରେ ରହିବାକୁ ସ୍ଥିର କରିଥିବା କଥା କୁହାଯାଉଛି । ଦୁଇ ଦେଶଙ୍କ ମଧ୍ୟରେ ସଂପର୍କ ତୃତୀୟ ଦେଶକୁ କେନ୍ଦ୍ରକରି ହେବା ଅନୁଚିତ ବୋଲି କୁହାଯାଇଛି । ଆଜିଯାଏଁ ଚୀନ ଭାରତକୁ ଆମେରିକାର ଚଷମା ପିନ୍ଧି ଦେଖିଆସୁଥିଲା । ଆମେରିକା ନିଜ ସ୍ୱାର୍ଥ ପାଇଁ ଭିନ୍ନ ଭିନ୍ନ ସମୟରେ ଭାରତକୁ ବ୍ୟବହାର କରିଆସୁଥିବାର ଅଭିଯୋଗ ଚୀନ କରୁଥିଲା । ସେମିତି ଭାରତ ମଧ୍ୟ ପାକ୍‌ ମାଧ୍ୟମରେ ଚୀନ ନିଜ ସ୍ୱାର୍ଥ ପୂର୍ତ୍ତି ପାଇଁ ସଡକ ଯୋଗାଯୋଗ ପାକ୍‌ ଅଧିକୃତ କାଶ୍ମୀର ମଧ୍ୟ ଦେଇ ନିର୍ମାଣ କରିଥିବା ଅଭିଯୋଗ କରିଆସିଛି । ଅନେକ ସମୟରେ ଭାରତରେ ସନ୍ତ୍ରାସବାଦୀଙ୍କ ଠାରୁ ଚୀନା ନିର୍ମିତ ଅସ୍ତ୍ରଶସ୍ତ୍ର ଉତ୍ତର ପୂର୍ବାଞ୍ଚଳଠାରୁ ଆରମ୍ଭକରି ପଞ୍ଜାବ ଏବଂ ଜାମୁ-କାଶ୍ମୀରରୁ ମିଳିଛି । ଭାରତକୁ ଅସ୍ଥିର କରି ରଖିବା, ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବା, ସନ୍ତ୍ରାସବାଦ ମାଧ୍ୟମରେ ପ୍ରଶାସନିକ କଳକୁ ଆଗକୁ ଯିବାକୁ ନଦେବା ଲାଗି ଦୀର୍ଘ ୫୦ବର୍ଷରୁ ଅଧିକ ସମୟ ହେବ ଚୀନ ପ୍ରୟାସ କରିଆସିଛି । ମ୍ୟାନମାର, ବଙ୍ଗଳାଦେଶକୁ କେନ୍ଦ୍ରକରି ସଂଖ୍ୟାଧିକ ଛୋଟ ଛୋଟ ଗୋଷ୍ଠୀକୁ ସନ୍ତ୍ରାସବାଦପାଇଁ ଅସ୍ତ୍ରଶସ୍ତ୍ର ଓ ପ୍ରଶିକ୍ଷଣ ଦେଇ ଭାରତକୁ ପଠାଇ ଆସିଛି । ଯେଉଁଥିପାଇଁ ସ୍ୱାଧୀନତାର ୭୮ବର୍ଷ ପରେ ବି ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡିକୁ ରେଳଯୋଗାଯୋଗ ସମ୍ଭବପର ହୋଇପାରିନଥିଲା । ବିମାନ ଯୋଗାଯୋଗ ବ୍ୟବସ୍ଥା ଦୁର୍ବଳ ରହିଥିଲା । ଯଦି ପ୍ରକୃତରେ ହୃଦୟଙ୍ଗମ କରି ଚୀନ ଏଥିରୁ ନିବୃତ୍ତ ରହେ ତେବେ ଆଗାମୀ ଦିନରେ ଦୁଇରାଷ୍ଟ୍ର ମଧ୍ୟରେ ପ୍ରକୃତରେ ସଂପର୍କରେ ଉନ୍ନତି ହୋଇପାରେ । 

ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ସହ ସାକ୍ଷାତ ସମୟରେ ଦୁଇଦେଶ ମଧ୍ୟରେ ସହଯୋଗ ଉପରେ ୨୮୦ କୋଟି ଲୋକଙ୍କ ସ୍ୱାର୍ଥ ଜଡିତ ବୋଲି ଶ୍ରୀ ମୋଦି କହିଥିଲେ । ୧୦ମାସ ପୂର୍ବେ ରୁଷିଆର କାଜାନଠାରେ ଦୁଇନେତାଙ୍କ ମଧ୍ୟରେ ବ୍ରିକ୍ସ ଶିଖର ବୈ÷ଠକ ପରେ ଏହା ପ୍ରଥମ ସାକ୍ଷାତ । ୨୦୨୦ ଗଲୱାନ ସୀମା ସଂଘର୍ଷପରେ ଦୁଇଦେଶ ମଧ୍ୟରେ ଏହାଥିଲା ଖୋଲା ଆଲୋଚନା । ସୀମା ଉତ୍ତେଜନାକୁ ଦୂରକରିବା ପରେ ଏବେ ଶାନ୍ତି ଓ ସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସୀମା ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ବୁଝାମଣା ହୋଇଛି । କୈଳାସ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ କରାଯାଇଛି । ସୀମାନ୍ତ ଘାଟୀପଥରେ ବାଣିଜ୍ୟ ପାଇଁ ପ୍ରୟାସ ·ଲିଛି । ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରାଯିବାକୁ ସ୍ଥିର ହୋଇଛି ବୋଲି ଶ୍ରୀ ମୋଦି ପ୍ରକାଶ କରିଛନ୍ତି ।
ଭାରତୀୟ ସାହିତ୍ୟ କେନ୍ଦ୍ର (ଭାସ୍‌)
ଭୁବନେଶ୍ୱର-୭୫୧୦୦୩