ଗଦି ପାଇଁ ହଷ୍ଟେଲ କର୍ମଚାରୀଙ୍କ କାଟିଦେଲେ ଯୌନାଙ୍ଗ

ଏୟାରପୋର୍ଟରୁ ଅଭିଯୁକ୍ତ ବିଦେଶୀ ଛାତ୍ର ଗିରଫ
ଭୁବନେଶ୍ୱର, ୧୮ ।୧୨ : ଏକ ଘରୋଇ କଲେଜର ହଷ୍ଟଲରେ ରହୁଥିବା ଜଣେ ବିଦେଶୀ ଛାତ୍ର ହଷ୍ଟେଲର କେୟାରଟେକର  ଗଦି ନ ଦେବାରୁ ତାଙ୍କ ଯୌନାଙ୍ଗକୁ କାଟିଦେଲା । ଏଭଳି ଘଟଣା ଘଟିଛି ଭରତପୁର ଥାନା ଅଧିନ ଏକ ଘରୋଇ କଲେଜର ହଷ୍ଟେଲରେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ବିଦେଶୀ ଛାତ୍ରଙ୍କୁ ଫେରାର ହେବା ବେଳେ, ଭୁବନେଶ୍ୱର ବିମାନ ବନ୍ଦରରୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ, ନାଇଜେରିଆ ପପୟାନୁ୍ୟଗୋଇନାର ଜୁନିଅର ୱାଫିୱାଗି ୱାହିପୁଙ୍ଗ୍ । ମଙ୍ଗଳବାର ରାତିରେ ତାଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଅଭିଯୁକ୍ତର ଆକ୍ରମଣରେ ଆହତ କର୍ମଚାରୀ ହେଲେ ଜଗତସିଂହପୁର ଜିଲ୍ଲାର ସ୍ୱାଭିମାନ ନାୟକ । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ଅବସ୍ତାରେ ଥିବା ଜଣାପଡ଼ିଛି ।
 ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ୱାଫିୱାଗି ଭରତପୁର ଥାନା ଅଧିନ ଏକ ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ବେଳେ, ହଷ୍ଟଲରେ ରହିଆସୁଥିଲେ । ଗତ ୩ ଦିନ ତଳେ ସେ ହଷ୍ଟେଲର କେୟାରଟେକରଙ୍କୁ ଥଣ୍ଡା ପ୍ରବଳ ହେଉଥିବାରୁ ଏକ ଗଦି ମାଗିଥିଲେ । କିନ୍ତୁ ହଷ୍ଟେଲରେ ଗଦି ନଥିବାରୁ ସେ ମନା କରିବା ସହ ଗଦି ଆସିଲେ ଦିଆଯିବ ବୋଲି କେୟାରଟେକର କହିଥିଲେ । ଏନେଇ ଛାତ୍ର ଜଣଙ୍କ ରାଗିଯାଇ କେୟାରଟେକରଙ୍କୁ ମାଡ ମାରିବା ସହ ଏକ ଧାରୁଆ ଛୁରିରେ ତାଙ୍କୁ ଆକ୍ରମଣ କରିବା ସହ ଯୌନାଙ୍ଗକୁ ମଧ୍ୟ କାଟିଦେଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ କେୟାରଟେକର ସ୍ୱାଭିମାନ ନାୟକ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ରାତାରାତି ନାଇଜେରିଆ ଫେରାର ପାଇଁ ଭୁବନେଶ୍ୱର ବିଭାନ ବନ୍ଦରକୁ ଚାଲିଯାଇଥିବା ବେଳେ, ପୁଲିସ ଖବର ପାଇ ଏୟାରପୋର୍ଟ ଥାନା ସହଯୋଗରେ ଅଭିଯୁକ୍ତକୁ ଗତକାଲି ଅବା ମଙ୍ଗଳବାର ରାତିରେ ଗିରଫ କରାଯାଇ ରାତାରାତି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।