ଗରମରେ ଛଟପଟ ବାଦୁଡ଼ି, ବନବିଭାଗ ଦୃଷ୍ଟି ଦେଲେ ବଞ୍ଚି ଯାଆନ୍ତେ ବିରଳ ପ୍ରଜାତି ବଂଶ


 କବାଟବନ୍ଧ : ଧର୍ମଶାଳା ବ୍ଲକ୍ କବାଟବନ୍ଧ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତ ଏକ ସପ୍ତାହ ଧରି ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବା ସହିତ ଏହି ଅଞ୍ଚଳରେ ସର୍ବାଧିକ ୪୦ଡିଗ୍ରି ଉପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । 
ଜନ ସାଧାରଣ ଘରୁ ବାହାରିବା କଷ୍ଟକର ହୋଇପଡୁଥିବା ବେଳେ ପଶୁ, ପକ୍ଷୀ ଗରମରେ ଛଟପଟ ହେଉଛନ୍ତି । ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ ବନବିଭାଗ ଅନେକ ତତ୍ପର ରହିଥାନ୍ତି । ବାଦୁଡ଼ି ଏକ ବିରଳ ପକ୍ଷୀ, ଏମାନଙ୍କର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ରହିଛି । ଏହି ବିରଳ ପକ୍ଷୀର ମାଂସ ଅନେକ ରୋଗର ଉପକାରରେ ଲାଗିଥାଏ । ଏହି କାରଣରୁ ଖାଦ୍ୟ ସଂଗ୍ରହ କରିବାକୁ ରାତ୍ରି ସମୟରେ ଯାଉଥିବା ବାଦୁଡ଼ି ମାନଙ୍କୁ ଶିକାରୀ ମାନେ ଜାଲ ବିଛାଇ ଶିକାର କରି ଅର୍ଥ ରୋଜଗାର କରିଥାନ୍ତି । ଏହି ଭଳି ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ବଣିଆସାହି ସଂଲଗ୍ନ ନଦୀବନ୍ଧ ଉପରେ ଥିବା ୩ଟି ଇନ୍ଦ,୨ଗୋଟି ବର ଗଛରେ ଦୀର୍ଘବର୍ଷ ହେବ ୪୦୦୦ରୁ ଊଦ୍ଧ୍ୱର୍ ବାଦୁଡ଼ି ରହି ଆସୁଛନ୍ତି । ପକ୍ଷୀମାନେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଖରାରେ ଡହଳ ବିକଳ ହେଉଥିବା ଅନୁଭୂତି କରାଯାଉଛି । ଗତବର୍ଷ ଖରାଦିନରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଅନେକ ପକ୍ଷୀ ମୃତୁ୍ୟ ବରଣ କରିଥିଲେ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନବିଭାଗ ପକ୍ଷରୁ ପାଣି ସିଞ୍ଚନ କରାଯାଇଥିଲା । ଯାହା ଦ୍ୱାରା ଅନେକ ପକ୍ଷୀଙ୍କର ଜୀବନ ବଞ୍ଚି ଯାଇଥିଲା । ଯଦି ଏହିଭଳି ଗ୍ରୀଷ୍ମ ପ୍ରଭାହ ଜାରିରୁହେ ତାହାହେଲେ ଅନେକ ପକ୍ଷୀ ମୃତୁ୍ୟ ବରଣ କରିବେ ଏଥିରେ ସଂନେ୍ଦହେ ନାହିଁ । ଏହାକୁ ବନବିଭାଗ ଦୃଷ୍ଟି ଦେଇ ଏହା ଉପରେ ଜଳ ସିଞ୍ଚନ କରିବାକୁ ଅଞ୍ଚଳ ବାସୀଙ୍କର ଦାବି ହେଉଛି ।