ଉପଦେଷ୍ଟାଙ୍କ ସ୍ମୃତିରେ ଜଳଛତ୍ର ଦାନ

 କବାଟବନ୍ଧ:  ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତର ବ୍ରାହ୍ମଣୀବ୍ରିଜ ଠାରେ ସଚେତନ ନାଗରିକ ମଞ୍ଚର ବରିଷ୍ଠ ଉପଦେଷ୍ଟା ମନୋଜ କୁମାର ପ୍ରଧାନ ଏବଂ ରାଇଛନ୍ଦା ଗ୍ରାମର ସ୍ୱର୍ଗତ ଗଣପତି ସାହୁଙ୍କ ସ୍ମୃତିରେ ଜଳଛତ୍ର ଦାନ କରାଯାଇଛି । ରବିବାର ବ୍ରାହ୍ମଣୀ ବ୍ରିଜ ବଜାର ମୁଣ୍ଡରେ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୫ମ ବର୍ଷ ପାଇଁ ଦହି ସର୍ବତ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମଞ୍ଚର ବରିଷ୍ଠ ଉପଦେଷ୍ଟା ପରମାନନ୍ଦ ସାହୁ, ସୁବ୍ରତ ସାହୁ, ଆବାହକ ସରୋଜକାନ୍ତ ବେହେରା ଉପସ୍ଥିତ ରହି ଉଦଘାଟନ କରିଥିଲେ । ଜଳ ଛତ୍ର ବଂଟନ କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ତରାଇ, ଅଲୋକ କୁମାର ବେହେରା, ବିଜୟ କୁମାର ସାହୁ, ଅଜୟ ସାହୁ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।