ଗାଁ ରାସ୍ତା ପାଲଟିଛି ଗୋଶାଳା : ଅସୁବିଧା ଭୋଗୁଛନ୍ତି ଜନସାଧାରଣ

 ବିଷମ କଟକ: ବିଷମ କଟକ ଗାଁର ମୁଖ୍ୟ ରାସ୍ତା ଏବେ ଗୋଶାଳାରେ ପରିଣତ ହୋଇଛି । ରାସ୍ତା ଉପରେ ସବୁବେଳେ ଗାଈଙ୍କ ଉପସ୍ଥିତି ଯୋଗୁଁ ଗାଡ଼ି ଯିବାଆସିବାରେ ଅସୁବିଧା ସହ ଛୋଟବଡ଼ ଦୁର୍ଘଟଣା ଘଟୁଛି । ସାଧାରଣ ଜନତାଙ୍କ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗାଈ ମାଲିକମାନେ ଖିର ଧୋଇ ଗାଈଙ୍କୁ ରାସ୍ତାରେ ଛାଡିଦେଉଛନ୍ତି ଯାହା ଏହି ସମସ୍ୟାର ମୂଳ କାରଣ । ଏହା ଦ୍ୱାରା ରାସ୍ତାରେ ଅସୁବିଧା ସହ ପରିବେଶ ଅପରିଷ୍କାର ହେଉଛି । ଗାଁବାସୀ ପ୍ରଶାସନଙ୍କ ନିକଟରେ ଏହି ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଛନ୍ତି । ସ୍ଥାନୀୟ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ରାସ୍ତା ନିରାପଦ ଓ ସୁଗମ ହେବ ।