ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଆଉଟଡୋର ଲିଡରଶିପ କ୍ୟାମ୍ପର ଶୁଭାରମ୍ଭ

  କାଳିଆପାଣି: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କିଶୋର କିଶୋରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଜନନ ଓ ଯୌନ ସ୍ୱାସ୍ଥ୍ୟ ଉପକ୍ରମ ବା ରିସ୍ତା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଯୁବକଯୁବତୀ ମାନଙ୍କ ପାଇଁ ଆଉଟ୍ ଡୋର୍ ଲିଡରସିପ୍ କ୍ୟାମ୍ପ ବା ବାହ୍ୟ ନେତୃତ୍ୱ ଶିବିରର ଶୁଭାରମ୍ଭ କରାଯାଇଛି । ଏଥିରେ ଭାଗନେବାକୁ ଯାଉଥିବା ସୁକିନ୍ଦା ଅଞ୍ଚଳର ୪୦ଜଣ ଯୁବକଯୁବତୀଙ୍କ ଯାତ୍ରାକୁ ଟିଏସଏଫର କର୍ମଚାରୀମାନଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫେରୋ ଆଲଏଜ୍ ଏଣ୍ଡ ମିନେରାଲସ ଡିଭିଜନର ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର ଉଦ୍ଘାଟନ କରିଥିଲେ । 'ପ୍ରୋଜେକ୍ଟ ରିସ୍ତା' ହେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏଥିରେ ଟାଟା ଷ୍ଟିଲ୍ର କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିକ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକରେ କିଶୋର କିଶୋରୀ ଓ ଯୁବ ଦମ୍ପତିଙ୍କ ପ୍ରଜନନ ଓ ଯୌନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥାଏ । ଯୁବାବର୍ଗଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଝାଡ଼ଖଣ୍ଡର ତୁମୁଙ୍ଗ ଠାରେ ଏହି ବାହ୍ୟ ନେତୃତ୍ୱ ଶିବିରର ଆୟୋଜନ କରାଯାଇଛି । ଦଳଗତ କାର୍ଯ୍ୟର ପ୍ରସାର କରିବା ଏବଂ ଗୋଷ୍ଠୀରେ ସକରାତ୍ମକ ପରିବର୍ତନ ସୃଷ୍ଟି କରିବା ଲାଗି ଅଂଶଗ୍ରହଣକାରୀଙ୍କୁ ଏଠାରେ ତାଲିମ ଦିଆଯିବ । ଶିବିର ଅଂଶଗ୍ରହଣକାରୀମାନଙ୍କୁ ଏକ କଠିନ ପ୍ରକ୍ରିୟାରେ ଚୟନ କରାଯାଇଛି । ପ୍ରତି ଯୁବକଯୁବତୀ ନିଜ ଗାଁର ୩୦ କିଶୋର କିଶୋରୀଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ସମସ୍ତ ଅଂଶଗ୍ରହଣକାରୀ ପୂର୍ବରୁ ଟିଏସ୍ଏଫର ସାଥିୟା ତାଲିମ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି । ଯେଉଁଥିରେ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଇଛି । ସେହି ମୁଳଦୁଆ ଆଧାରରେ ଜଣେ ଦକ୍ଷ ଲିଡରଙ୍କ ଦ୍ୱାରା ତାଲିମ ଅଧିବେଶନ ଓ ଦଳ ଗଠନ କାର୍ଯ୍ୟ ଉପରେ ଏହି କ୍ୟାମ୍ପରେ ଅଂଶଗ୍ରହଣକାରୀଙ୍କୁ ଟ୍ରେନିଂ ଦିଆଯିବ । 
ନିଜ ଗ୍ରାମରେ ସେମାନେ ଲକ୍ଷ୍ୟ କରୁଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅଂଶଗ୍ରହଣକାରୀ ପ୍ରତ୍ୟକ୍ଷ ତାଲିମ ହାସଲ କରିବେ । ଯାହା ସ୍ଥାୟୀ ଗୋଷ୍ଠୀ ବିକାଶ ଲାଗି ଉତ୍ସର୍ଗୀକୃତ ଏକ ସଶକ୍ତ ଯୁବବର୍ଗ ଗଠନ କରିବାରେ ରିସ୍ତାର ଲକ୍ଷ୍ୟକୁ ଆଗକୁ ବଢ଼ାଇବ । ଏହି ଅଭିଯାନ ଯୁବଗୋଷ୍ଠୀଙ୍କ ସମ୍ଭାବନାକୁ ସୁଦୃଢ଼ କରିବା ଏବଂ ସାମାଜିକ ରୂପାନ୍ତରଣକୁ ଆଗକୁ ବଢ଼ାଇବାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରହିଥିବା ଦୃଢ଼ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ ।