ବିଭିନ୍ନ ୱାର୍ଡର ଘରେ ପଶିଲା ପାଣି : ସ୍ଥିତି ଅନୁଧ୍ୟାନ କଲେ ନଗରପାଳ ଓ ଉପ ଜିଲ୍ଲାପାଳ

ାା ବାରିପଦାରୁ ପ୍ରୟାଗ ରାଜ କର ।ା
ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ପାଇଁ ମୌସୁମୀ ବର୍ଷା ଆରମ୍ଭରୁ ବାରିପଦା ସହର ବେହାଲ ହୋଇଛି । ସହରର ମହନାଳ ଗୁଡ଼ିକର ପୁନରୁଦ୍ଧାର ନେଇ ଘୋଷଣାର ବର୍ଷେ ପୂରଣ ପରେ ମଧ୍ୟ ପ୍ରତିଶ୍ରୁତି ପୂରଣ ନହେବାରୁ ବିଭିନ୍ନ ୱାର୍ଡର ଘରେ ଘରେ ବର୍ଷା ପାଣି ପ୍ରବେଶ କରି କୂତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାରିପଦାରେ ଲଗାଣ ବର୍ଷା ବର୍ଷାରେ ସହରର ବିଭିନ୍ନ ତଳି ଅଞ୍ଚଳରେ ଘରେ ଘରେ ଆଣ୍ଠୁଏରୁ ଉପରେ ପାଣି ପଶିଥିଲା । ସୁନଗଡିଆ, ବାଘରାରୋଡ, ବଳରାମପୁର, ଲାଲବଜାର, କବରଖାନା, କାଳିକାପୁର, ଦେଉଳସାହି, ଟିବି ହସ୍ପିଟାଲ ନିକଟ, ପିଆରଏମ ହସ୍ପିଟାଲ ପରିସରରେ, ଭଂଜେଶ୍ୱର ମନ୍ଦିର ସମେତ ଖୋଦ ମନ୍ତ୍ରୀଙ୍କ ନିଜ ୱାର୍ଡ ନମ୍ବର ୩ ମାଇନିଙ୍ଗ କଲୋନୀର ବିଭିନ୍ନ ସ୍ଥାନରେ ପାଣି ପସିଥିଲା । ଏହାର କାରଣ ହେଲା ସହର ମଧ୍ୟରେ ଥିବା ଜରାଳି, ସରାଳି ଓ ଶୁଖଯୋଡ଼ା ଆଦି ୩ଟି ପ୍ରମୁଖ ମହାନାଳକୁ ପୁନରୁଦ୍ଧାର ଅଭାବରୁ ଗଛ ଲତା ଓ ମାଟିରେ ପୋତି ହୋଇଯିବା । ଏହା ସହିତ ଜବରଦଖଲକାରୀଙ୍କ କବଜାରେ ନଦୀ ଶଯ୍ୟା ରହିଥିବାରୁ । ମହାନାଳ ଗୁଡିକରେ ପାଣି ବଢି ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶନିବାର ରାତିରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଉପ ଜିଲ୍ଲାପାଳ ଦୟାସିନ୍ଧୁ ପରିଡା, ଡିଆଇବି ଡିଏସପି ଗୌତମ କିଷାନ, ପୋରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ବାରିପଦା ତହସିଲଦାର ଏବଂ ସ୍ଥାନୀୟ କାଉନସିଲର ମାନେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ । ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଲୋକଙ୍କୁ ସୁରକ୍ଷିତ ରଖିବା ନେଇ ଅନୁଧ୍ୟାନ କରିଥିଲେ । କୁତ୍ରିମ ଯୋଗୁଁ ୫୦୦ରୁ ଉର୍ଦ୍ଧ୍ୱ ଘରେ ପାଣି ପ୍ରବେଶ କରିଥିବା ବେଳେ ଲୋକ ଅନେକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଉକ୍ତ ମହନାଳ ପୁନରୁଦ୍ଧାର ପାଇଁ ଦାବି ହୋଇଛି । ଏହାସହିତ କପ୍ତିପଦା, ମୋରଡ଼ା, ରାସଗୋବିନ୍ଦପୁର ବ୍ଲକ ସମେତ ଜିଲ୍ଲାର ବହୁ ଅଞ୍ଚଳ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଏକ୍ସ ଯୋଗେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ତେବେ କାଲିକାପୁର ପୋଲ ନିକଟରେ ଏକ କାର ଭାସି ଆସି କୂଳରେ ଲାଗିଛି । ତେବେ ତାହା କେଉଁଠୁ ଭାସି ଆସିଛି, ତାହା ଜଣାପଡ଼ିନାହିଁ ।