ଗାନ୍ଧିଜୀଙ୍କ ସ୍ମୃତିରେ ଦିବସରେ ସ୍ମାରକୀ ପଦଯାତ୍ରା ଓ ଜନସଭା
ବରୀ : ଗାନ୍ଧିଜୀଙ୍କ ୯୧ତମ ସ୍ମୃତି ଦିବସରେ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ଏକ ପଦଯାତ୍ରା ବରୀ ବାଗଦା ବାମନଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ବରୀର ସଂଗ୍ରାମୀ ଯୁବକଙ୍କ ଦ୍ୱାରା ଚୌପାଢୀ ଠାରୁ ଆରମ୍ଭ ହୋଇ ସାହାସପୁର ଗୋବିନ୍ଦପୁର ଆମ୍ବତୋଟା ପର୍ଯ୍ୟନ୍ତ ହୋଇଥିଲା । ଏହି ପଦଯାତ୍ରାକୁ ବରିଷ୍ଠ ସମାଜସେବୀ କୁଳମଣି ଶୁକ୍ଳ ଉଦ୍ଘାଟନ କରିଥିବା ବେଳେ ପ୍ରଶାନ୍ତ ବେହୁରିଆ, ସାବିତ୍ରୀ ଦାଶ, ପ୍ରଶାନ୍ତ ପରିହାଡ଼ି, ସ୍ନେହଲତା ଧଳ, ଅପୂର୍ବ ସାହୁ, ସୀମାନ୍ତ ପାତ୍ର, ଏସ୍କେ ମନିରଦ୍ଦିନ, ଦିଲ୍ଲୀପ ଦେବତା, ତିଳତ୍ତମା ସେଠୀ, ତାରାକାନ୍ତ ଆଚାର୍ଯ୍ୟ, ତପନ ବେହେରା ଓ ମୋହନ ଜେନା ପ୍ରମୁଖ ସହଯୋଗ କରିଥିଲେ । ଏହି ପଦଯାତ୍ରାକୁ ବହୁ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ ଛକ ବଜାରରେ ସ୍ୱାଗତ କରିଥିଲେ । ଏହି ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ଡ. ରାଜ କିଶୋର ପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରଫେସର ସୁଧୀର ଜେନା, ସମ୍ମାନିତ ଅତିଥି ଭାବେ ରାମଚନ୍ଦ୍ର ଶୁକ୍ଳ, ମିହିର ଦାସ, ରବୀନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ଆଭିମୁଖ୍ୟ ନେଇ ଆଲୋଚନା କରିଥିଲେ । ଏଥିରେ ଗଣେଶ ଚନ୍ଦ୍ର ସାହୁ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଅଶୋକ ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ନବ କିଶୋର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନିଲ ସାହାଣୀ, ଶୈଳେନ୍ଦ୍ର ରାଉତ, ବସନ୍ତ ଜେନା, ଗଣେଷ ଦାସ, ବୈରାଗୀ ଦାସ, ସଦାନନ୍ଦ ସାହୁ, ନାରାୟଣ ବେହେରା, କୁଳମଣି ଦାସ, ଶ୍ୟାମସୁନ୍ଦର ଦାସ, ଦୀପ୍ତିକାନ୍ତ ସାହୁ, ରାଜୀବ ସେଠି ଓ ଅଶୋକ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ନବଘନ ପାଣି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାହସପୁର ଠାରେ ସ୍ଥାପନ ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।