ଗୋଚାଲାଣ: ଅଭିଯୁକ୍ତ କୋର୍ଟ ଚାଲାଣ

ପାଣିକୋଇଲି : ପାଣିକୋଇଲି ଥାନା ଆଙ୍କୁଲା ରାସ୍ତାର ନମିଟିକିରି ଠାରେ ଏକ ଅଟୋରେ ବେଆଇନ ଭାବେ ୩ ଗୋରୁ ଚାଲାଣ କରାଯାଉଥିବା ବେଳେ ଏଥିରେ ଜଡ଼ିତ ଅଭିଯୁକ୍ତକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଗୋଚାଲାଣ ବେଳେ ଅଟୋଟି ନମିଟିକରି ପାଖରେ ଦୁର୍ଘଟଣା ହୋଇଥିବା ବେଳେ ଅଟୋଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ପାଣିକୋଇଲି କଲ୍ୟାଣ ମଣ୍ଡପ ଠାରେ ଥିଲା । ୨ଟି ବଳଦ ଓ ଗୋଟିଏ ଗାଇକୁ କିଛି ଦୂରରେ ଆହତ ଅବସ୍ଥାରେ ରଖାଯାଇଥିଲା ।  ପୁଲିସ ପହଞ୍ଚô ସମ୍ପୃକ୍ତ ୩ ଗୋରୁ ସମେତ ଅଟୋକୁ ଜବତ କରିଥିଲା । ତଦନ୍ତ ପରେ ଏହି ଗୋରୁଙ୍କୁ ନୁରୁଗାଁରୁ ଶଗଡ଼ିକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଏହି ଅଭିଯୋଗରେ ପୁଲିସ କେସ୍ ନଂ ୧୫୨/୨୫ ରୁଜୁ କରି ଏହାର ମାଲିକ ଶଗଡି ଗାଁର ନିତାଜ ବେଗଙ୍କ ପୁଅ ଗୁଫରନ ବେଗ(୩୦)କୁ ଗିରଫ କରିଥିଲା ଏବଂ କୋର୍ଟଚାଲାଣ କରିଥିଲା ।