୫ରାସ୍ତା ପାଇଁ ୨୬.୭୭କୋଟି ମଞ୍ଜୁର!
ାା ପ୍ରଭାନୁ୍ୟଜ ।ା ନୀଳଗିରି : ଓଡ଼ିଶା ଶାସନର ପଟ୍ଟ ପରିବର୍ତ୍ତନ ହୋଇଛି । ପୂର୍ବର ବିଜେଡ଼ି ସରକାର ଦୀର୍ଘ ୨୪ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ ବିଜେପି ବିଜେଡି ଗଠବନ୍ଧନ ସମୟରେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦୁଇଥର ବିଜେପି ଟିକେଟରୁ ଜିତି ବିଧାୟକ ହୋଇଥିଲେ ହେଁ ନୀଳଗିରି ମାଟିରେ କେବଳ ଗୋଟିଏ ଥର ୨୦୧୪ରୁ୨୦୧୯ ପର୍ଯ୍ୟନ୍ତ ସୁକାନ୍ତ କୁମାର ନାୟକ ପ୍ରଥମ ଥର ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ପରେ ୨୦୧୯ନିର୍ବାଚନରେ ସୁକାନ୍ତ ନାୟକ ଦଳ ପରିବର୍ତ୍ତନ କରି ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିରୋଧୀ ଦଳର ବିଧାୟକ ହୋଇଥିଲେ । ହେଲେ ତାଙ୍କ ଅବଧି ସମୟରେ ନୀଳଗିରି ପାଇଁ ଅଧିକରୁ ଅଧିକ ପୋଲ, ରାସ୍ତା ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟପାଇଁ ଅର୍ଥ ମଞ୍ଜୁର କରିବାରେ ସଫଳ ହୋଇଥିଲେ । ୨୦୨୪ ନିର୍ବାଚନରେ ଶ୍ରୀ ନାୟକ ବିଜେଡିକୁ ଘରବାହୁଡ଼ା କରି ବିଧାୟକ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଁ ବିଜେପିର ସନ୍ତୋଷ ଖଟୁଆ ବାଜିମାତ କରିଥିଲେ । କିନ୍ତୁ ଶ୍ରୀ ନାୟକ ବିପକ୍ଷ ବିଜେପି ଦଳରେ ଥାଇ ମନ୍ତ୍ରୀ ଏବଂ ଅମଲାମାନଙ୍କ ସହିତ ଉପଯୁକ୍ତ ସହଯୋଗିତାରେ ନୀଳଗିରି ଜନ ସାଧାରଣଙ୍କ ଭାବାବେଗକୁ ଅଖିଆଗରେ ରଖି ଗ୍ରାମାଞ୍ଚଳ ରାସ୍ତାର ପୁନରୁଦ୍ଧାର ପାଇଁ ୧୦ଗୋଟି ରାସ୍ତାକୁ ପଞ୍ଚାୟତ ଅଧିନରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାରେ ସମର୍ଥ ହୋଇଥିଲେ । ଏଥିମଧ୍ୟରୁ ୫ଗୋଟି ରାସ୍ତା ପାଇଁ ସମସ୍ତ ସରକାରୀ ପ୍ରକ୍ରିୟା ଶେଷ ହୋଇ ଅର୍ଥ ମଞ୍ଜୁର ସହିତ କାମ ଚାଲୁ ରହିଛି । ମାତ୍ର ଅନ୍ୟ ପାଞ୍ଚଗୋଟି ରାସ୍ତାର ଏ ପର୍ଯ୍ୟନ୍ତ ସର୍ଭେ କିମ୍ବା ଏଷ୍ଟିମେଟ ହୋଇ ନଥିବା ବେଳେ ୨୬.୭୭କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଲୋକଙ୍କୁ ଭ୍ରମାତ୍ମକ ତଥ୍ୟ ଦିଆଯାଉଥିବା ନେଇ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।
ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଗତ ଜୁଲାଇ ୨୨ତାରିଖ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଏକ ଚିଠି ଲେଖି ୨୦୨୪/୨୫ ଆର୍ଥିକ ବର୍ଷ ବଜେଟ୍ରେ ୧୨୯୫ କୋଟି ଟଙ୍କାର ପ୍ରସ୍ତାବ ରହିଥିଲା । ତେବେ ଅଧିକାଂଶ ରାସ୍ତାର ଫିଜିବିଲିଟି କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଚଳିତ ୨୦୨୪/୨୫ ଆର୍ଥôକ ବର୍ଷରେ ୩୨୨ଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନୂତନ ରାସ୍ତା ଅନ୍ତର୍ଭୁକ୍ତ ରହିଛି । ଯାହା ସରକାରୀସ୍ତରରେ ଏ ପର୍ଯ୍ୟନ୍ତ ସର୍ଭେ କିମ୍ବା ଡିପିଆର୍ ହୋଇନଥିବାବେଳେ ଅର୍ଥ ମଞ୍ଜୁର ପ୍ରକାଶ ପାଇବା ଯାହା ସାଧାରଣଜନତାଙ୍କୁ ଭ୍ରମରେ ପକାଇଛି । ତେବେ ଉକ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ରାସ୍ତା ମଧ୍ୟରେ ବେଗୁନିଆ ପଞ୍ଚାୟତ ଅଧିନରେ ଥିବା ବଉଳ ଛକ ଠାରୁ ମନ୍ଥିଆ ପର୍ଯ୍ୟନ୍ତ ୫କି.ମି ରାସ୍ତା ପାଇଁ ୫କୋଟି ୨୫ଲକ୍ଷ, କେ.ପି ଲାଖରାଜ ପଞ୍ଚାୟତ ଚଣ୍ଡୀପୁର ପିଡବ୍ଲୁଡି ରାସ୍ତା ଠାରୁ ମହିଷାପଟା ମହାଦେବ ସାହି ଭାୟା କଠାଗୋଛି ୬କି.ମି ରାସ୍ତା ପାଇଁ ୬କୋଟି ୩୦ଲକ୍ଷ, ଜାମୁଡ଼ିହା ପଞ୍ଚାୟତ ଛକ ଠାରୁ ବୈଷ୍ଣବବନ୍ଧ ଆଶ୍ରମ ସ୍କୁଲ୍ ଭାୟା ହାତିମୁଣ୍ଡା -ତେରଲଡିହି ୫କି. ମି ରାସ୍ତା ପାଇଁ ୫କୋଟି ୨୫ଲକ୍ଷ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ପଞ୍ଚଲିଙ୍ଗେଶ୍ୱର ସାଇକେଲ ଷ୍ଟାଣ୍ଡ ଠାରୁ ଗୋପ-କଣ୍ଟିଆଟିକର ଭାୟା ଡାଲିଙ୍ଗିଆ ୪କି.ମି ୫୦୦ମିଟର ରାସ୍ତା ପାଇଁ ୪କୋଟି ୭୨ଲକ୍ଷ ୫୦ହଜାର ଏବଂ ଆରବନ୍ଧ ଗ୍ରାମପଞ୍ଚାୟତ ଉପରଡିହା ଆର ଡି ରାସ୍ତା ମାଟିଆଳୀ-ନଟାପଡ଼ା ଛକ ଭାୟା ଚାଷୁଣୀକୁଲା ୫କି. ମି ରାସ୍ତା ପାଇଁ ୫କୋଟି ୨୫ଲକ୍ଷ ଟଙ୍କା; ଯାହା କିଲୋମିଟର ପିଛା ୧କୋଟି ୫ଲକ୍ଷର ପ୍ରାବଧାନ ରହିଛି । ତେବେ ବଜେଟ୍ ପ୍ରାବନ୍ଧାନରେ ଶତକଡା ୧୫%ବ୍ୟବସ୍ଥା ହେଲେ ଟେଣ୍ଡର ଆହ୍ୱାନ କରାଯିବ । ତେଣୁ ଏଭଳି ପରିସ୍ଥିତିରେ ଉକ୍ତ ରାସ୍ତା ଗୁଡିକ ପାଇଁ ଟଙ୍କା ମଞ୍ଜୁର ଖବର କେତେ ସତ୍ୟ କେତେ ମିଥ୍ୟା ତାହା ନେଇ ସନେ୍ଦହ ସୃଷ୍ଟି ହେଉଛି ।