ଶିକ୍ଷା କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଆରୁହାସ୍ଥିତ ସିନେ୍ଦାଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ଶିକ୍ଷା କର୍ମ·ରୀ ବାଇଧର ଯେନାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ପୌରହିତ୍ୟରେ ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ବିଦାୟକାଳିନ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାର ପୂର୍ବତନ ଓଷ୍ଟା ସମ୍ପାଦକ ପ୍ରଦୀପ କୁମାର ଦାସ, ମୁଖ୍ୟ ବକ୍ତାଭାବେ ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ଏପିଏସପିଏସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ଏଲଏନ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପତ୍ରି, ଶିକ୍ଷାବିତ୍ ଦାମୋଦର ସେନାପତି ଓ ଅଶ୍ୱନୀ ମଲ୍ଲିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ·କିରୀ କାଳରେ ଯାହା ଦରମା ମିଳିଲା ଆପାତତଃ ପରିବାର ପୋଷଣ କରାଯାଇ ପାରୁଥିଲା ହେଲେ ସଂପ୍ରତି ଅବସର ଗ୍ରହଣ ପରେ ସରକାରଙ୍କ ତରଫରୁ କୌଣସି ପେନ୍ସନ୍ ସୁବିଧା ନଥିବାରୁ ଆଗାମି ଦିନ ତାଙ୍କ ପାଇଁ ଦୁଃଖର କାରଣ ସାଜିବ ବୋଲି ମତପ୍ରକାଶ ପାଇଥିଲା ।ବରିଷ୍ଠ ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ର ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଓ ଅବସର କାଳୀନ ସଂଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ପରି·ଳନା କମିଟିର ସଭ୍ୟ/ସଭ୍ୟାଙ୍କ ସମେତ ଶିକ୍ଷକ ସୁବାଶ ଚନ୍ଦ୍ର ଦାସ, ଭାଗିରଥି ବେହେରା, ପ୍ରଶାନ୍ତ ମିଶ୍ର, ନୃସିଂହ ଚରଣ ପଣ୍ଡା, ଅଭୟ ସେନାପତି, ଦାଉଦ୍ ଅଲ୍ଲୀ ସାହାଜୀ, ଶିକ୍ଷା କର୍ମ·ରୀ ଅଶୋକ କୁମାର ନାୟକ ପ୍ରମୁଖ ସଭାକାର୍ଯ୍ୟ ପରି·ଳନା କରିଥିଲେ ।