ଗୋଟିଏ ଦିନ ପାଇଁ ବଢ଼ିଲା ବାଲିଯାତ୍ରା ଅବଧି
କଟକ : ଗୋଟିଏ ଦିନ ପାଇଁ ବଢ଼ିଲା ଐତିହାସିକ ବାଲିଯାତ୍ରା ମେଳା ଅବଧି । ନଭେମ୍ବର ୫ରୁ ଆରମ୍ଭ ହୋଇ ଆଜି ନଭେମ୍ବର ୧୨ ତାରିଖରେ ବାଲିଯାତ୍ରାର ଉଦଯାପିତ ହୋଇଥାନ୍ତା । ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ, ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ଗୋଟିଏ ଦିନ ପାଇଁ ବୃଦ୍ଧି କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାଦ୍ୱାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତ ଆସନ୍ତାକାଲି ଅର୍ଥାତ ୧୩ ତାରିଖ ଦିନ ଉଦଯାପିତ ହେବ ।